କେନ୍ଦୁଝରଜିଲ୍ଲା

ହୁହୁ ହୋଇ ଜଳିଲା ଶୁଖିଲା ଶାଳ ଗଛ ।

ପାଟଣା/୧୯/୦୪ – କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ଖଜୁରୀଡିହା – ବେଗନା ରାସ୍ତା, ଖଜୁରୀଡିହା ଛକ ନିକଟ ରାସ୍ତାକଡ଼ରେ ଥିବା ଏକ ଶୁଖିଲା ଶାଳ ଗଛର ମଧ୍ୟ ଭାଗ ଶୁକ୍ରବାର ସଂଧ୍ୟାରେ ହୁହୁ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା । ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ି ନଥିବା ବେଳେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ଗଛରେ ନିଆଁ ଲାଗିଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

Show More

Related Articles

Back to top button