
ବଡ଼ବିଲ/୧୮/୦୪ – ବଡ଼ବିଲ ରେଞ୍ଜ ଗୁଆଲି ପଞ୍ଚାୟତ ନୂଆଗାଁରେ ଅଘଟଣ । ମହିଳାଙ୍କୁ ଦଳିଦେଲା ଦନ୍ତା । ମୃତକ ନୂଆଗାଁ ଦଳକ୍ ସାହିର ଚାମରା ମୁଣ୍ଡାଙ୍କ ସ୍ତ୍ରୀ, ୪୫ ବର୍ଷୀୟା ସୁମି ମୁଣ୍ଡା । ଖବର ପାଇ ଗୁଆଲି ଫରେଷ୍ଟର ଓ ରୁଗୁଡ଼ି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ଦୁଇ ଯାଆ ସୁଲୋଚନା ମୁଣ୍ଡା ଓ
ସୁମି ମୁଣ୍ଡା ସକାଳ ପ୍ରାୟ ୧୦ ଟା ସମୟରେ ପାଖ
ଜଙ୍ଗଲକୁ ଦାନ୍ତକାଠି ଏବଂ ପତ୍ର ସଂଗ୍ରହ ପାଇଁ ଯାଇଥିଲେ । ଜଙ୍ଗଲରେ ଭିତରେ ଯାଉଥିବା ସମୟରେ ହଠାତ୍ ଏକ ଦନ୍ତା ହାତୀ ହାବୁଡରେ ପଡ଼ିଯାଇଥିଲେ ଦୁଇ ଯାଆ । ହାତୀକୁ ଦେଖି ବଡ଼ ଯାଆ ସୁଲୋଚନା ଦୌଡ଼ି ପଳାଇ ନିଜର ଜୀବନ ରକ୍ଷା କରିଥିଲାବେଳେ, ସାନ ଯାଆ ସୁମି କିନ୍ତୁ ଦନ୍ତା କବଳରୁ ନିଜକୁ ବଞ୍ଚାଇ ପାରି ନଥିଲେ । ହାତୀ ତାଙ୍କୁ ଦଳି ଚକଟି ମାରି ଦେଇଥିଲା ।
ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।