ରାଜନୀତିରାଜ୍ୟ

ଭୁବନେଶ୍ୱର ଲୋକସଭା ଏବଂ ୭ଟି ବିଧାନସଭା ଆସନରେ ଲଢିବ ସି.ପି.ଆଇ.ଏମ୍ ।

ଭୁବନେଶ୍ୱର/୧୮/୦୪ – ଓଡ଼ିଶାର ଭୁବନେଶ୍ୱର ଲୋକସଭା ଏବଂ ସାତୋଟି ବିଧାନସଭା ଆସନରେ ଲଢିବ ସି.ପି.ଆଇ.ଏମ୍ । ଆଜି ସି.ପି.ଆଇ.ଏମ୍ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଇଛି ।

ବଣାଇ ବିଧାନସଭା ଆସନରେ ସି.ପି.ଆଇ.ଏମ୍ ର କଂଗ୍ରେସ ସହିତ ଆସନ ବୁଝାମଣା ହୋଇଥିବାବେଳେ,  ସୁନ୍ଦରଗଡ ଲୋକସଭା ଆସନ ପାଇଁ ସି.ପି.ଆଇ.ଏମ୍ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଘୋଷଣା କରିଛି ।
ଅନ୍ୟ ସମସ୍ତ ଆସନରେ ଇଣ୍ଡିଆ ମଞ୍ଚର ଅଂଶୀଦାର ଦଳ ମାନଙ୍କର ବିକଳ୍ପ ପ୍ରାର୍ଥୀଙ୍କୁ ସମର୍ଥନ ଦିଆଯିବ । ଲୋକସଭାରେ ଏବଂ ବିଧାନସଭାରେ ବିଜେପି ଏବଂ ବିଜେଡିକୁ ପରାସ୍ତ କରିବା ପାଇଁ ସି.ପି.ଆଇ.ଏମ୍ ତମାମ ରାଜ୍ୟର ନିର୍ବାଚନମଣ୍ଡଳୀ ୱାରୀ ବିଶେଷ ଏବଂ ଭିନ୍ନ ଭିନ୍ନ ପରିସ୍ଥିତିରେ ଯଥାର୍ଥ କୌଶଳ ଅବଲମ୍ବନ କରିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ପ୍ରକାଶ କରିଛନ୍ତି ।

ପ୍ରାର୍ଥୀଙ୍କ ତାଲିକା …..

ଭୁବନେଶ୍ୱର ଲୋକସଭା : ସୁରେଶ ଚନ୍ଦ୍ର ପାଣିଗ୍ରାହୀ

ଓଡିଶା ବିଧାନସଭା ଆସନ :
୧. ବଣାଇ(ଏସ୍.ଟି)- ଲକ୍ଷ୍ମଣ ମୁଣ୍ଡା
୨. ନୀଳଗିରି- ଯୋଗାନନ୍ଦ ଦାସ
୩. ରଣପୁର- ସରୋଜ ନାୟକ
୪. ଖୋଦ୍ଧା- ଗିରିଶ ମହାରଣା
୫. ସାଲେପୁର- ବଦ୍ରି ନାରାୟଣ ଦାସ
୬. ମୋରଡା- ମୃତ୍ୟୁଞ୍ଜୟ ବେହେରା
୭. ଚିତ୍ରକୋଣ୍ଡା (ଏସ୍.ଟି)- ରଘୁନାଥ ହନ୍ତାଳ

Show More

Related Articles

Back to top button