ରାଜନୀତିରାଜ୍ୟ

ଶଙ୍ଖ ଛାଡ଼ି ହାତ ଧରିଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ତଥା ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ ।

ଭୁବନେଶ୍ବର/୧୮/୦୪ – ଶଙ୍ଖ ଛାଡ଼ି ହାତ ଧରିଛନ୍ତି  କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା ତଥା ବିଜେଡି ନେତ୍ରୀ ସିପ୍ରା ମଲ୍ଲିକ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବରିଷ୍ଠ ନେତା ପଞ୍ଚାନନ କାନୁନଗୋଙ୍କ ଉପସ୍ଥିତିରେ ଆଜି କଂଗ୍ରେସ ଭବନରେ ବିଧିବଦ୍ଧ ଭାବେ କଂଗ୍ରେସ ପାର୍ଟିରେ ସାମିଲ ହୋଇଛନ୍ତି ।

ବିଜେଡି ଟିକେଟରେ ୨୦୦୯ରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହୋଇ ବିଧାୟିକା ହୋଇଥିଲେ ସିପ୍ରା ମଲ୍ଲିକ। କିନ୍ତୁ ପରେ ୨୦୧୪ ଓ ୨୦୧୯ରେ ତାଙ୍କୁ ଟିକେଟ ଦେଇ ନଥିଲା ବିଜେଡି । ଏଥର ସେ ଦଳୀୟ ଟିକେଟରେ କେନ୍ଦ୍ରାପଡ଼ାରୁ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ତେବେ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ବିଜେଡିରେ ମିଶିବା ପରେ ସିପ୍ରାଙ୍କୁ ବିଜେଡି ଟିକେଟ ମିଳିବା ଆଶା କ୍ଷୀଣ ହୋଇଥିଲା ଏବଂ ସେ  ଅସନ୍ତୁଷ୍ଟ ଥିଲେ। ଏବେ ସିପ୍ରାଙ୍କୁ କେନ୍ଦ୍ରାପଡ଼ା ଆସନ ପାଇଁ କଂଗ୍ରେସ ଟିକେଟ୍‌ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Show More

Related Articles

Back to top button