ଜିଲ୍ଲାସୁନ୍ଦରଗଡ଼

ବିଜେପି ବଣାଇ ସାଂଗଠନିକ ଜିଲ୍ଲା ସଭାପତି ଅନିଲ ବାର୍ଲାଙ୍କ ଦେହାନ୍ତ ।

ବଣାଇ/୧୭/୦୪ – ଆରପାରିରେ ବିଜେପି ବଣାଇ ସାଂଗଠନିକ ଜିଲ୍ଲା ସଭାପତି ଅନିଲ ବାର୍ଲା । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଆଜି କୋଇଡା ସ୍ଥିତ ଘରେ ଚା’ ପିଇବା ବେଳେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ କୋଇଡା ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଯାଇଥିଲା, ହେଲେ ସେଠାରେ ତାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଗରୁ ଅସୁସ୍ଥ ହୋଇ ଭୁନେଶ୍ବରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେବାପରେ ଘରକୁ ଫେରିଥିଲେ ଅନିଲ । ସୁସ୍ଥ ହୋଇ ଫେରିବା ପରେ ସେ ଦଳୀୟ କାର୍ଯ୍ୟରେ ମଧ୍ଯ ସାମିଲ ହୋଇଥିଲେ । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ବଣାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆସନ୍ତା କାଲି ରୀତି ନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

ସ୍ୱର୍ଗତଃ ବାର୍ଲାଙ୍କ ଅକାଳ ବିୟୋଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସୁନ୍ଦରଗଡ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଜୁଏଲ ଓରାମ ଏବଂ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରିଛନ୍ତି । ସ୍ୱର୍ଗତଃ ବାର୍ଲା ଜଣେ ସୁସଙ୍ଗଠକ ଥିଲେ ଏବଂ ବଣାଇ ସାଙ୍ଗଠନିକ ଜିଲ୍ଲାରେ ପାର୍ଟିର ସଂଗଠନ ଅଭିବୃଦ୍ଧିରେ ତାଙ୍କର ଯୋଗଦାନ ସର୍ବଦା ଚିରସ୍ମରଣୀୟ ହୋଇ ରହିବ । ସ୍ୱର୍ଗତଃ ବାର୍ଲାଙ୍କ ବିୟୋଗ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି  ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

Show More

Related Articles

Back to top button