ଜିଲ୍ଲାମୟୂରଭଞ୍ଜ

୪୯ ନମ୍ବର ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ଆଇରନ୍ ପଥର ବୋଝେଇ ଟ୍ରକ୍ ।

କରଞ୍ଜିଆ/୧୭/୦୪/ –  ଚଳନ୍ତା ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଟ୍ରକ ଚାଳକ । ୪୯ ନମ୍ବର ଜାତୀୟ ରାଜପଥର ସିଙ୍ଗଡ଼ା ନିକଟରେ ଏଭଳି ଅଘଟଣ ଘଟିଛି  ।

ଆଜି ସକାଳେ ଏକ ଲୁହାପଥର ବୋଝେଇ ୧୪ ଚକିଆ ଟ୍ରକଟି ୪୯ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ପଟୁ କୋଲାକତା ଅଭିମୁଖେ ଯାଉଥିଲା। ଏହି ସମୟରେ ସିଙ୍ଗଡ଼ା ନିକଟରେ ହଠାତ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ରାସ୍ତା ଉପରେ ଟ୍ରକଟି ହୁତୁହୁତୁ ହୋଇ ଜଳିବାରେ ଲାଗିଲା । ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ରାସ୍ତା ଉପରେ ଗାଡ଼ିଟି ଜଳୁଥିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ଗାଡ଼ି ଅଟକି ରହିଥିଲା । ତେବେ ନିଆଁ କିପରି ଲାଗିଲା ତାହା ଜଣା ପଡ଼ିନାହିଁ । ଆଜି ପ୍ରବଳ ରୌଦ୍ରତାପ ଯୋଗୁଁ ଟ୍ରକରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Show More

Related Articles

Back to top button