ରାଜ୍ୟ

୩ ଦିନ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ।

ଭୁବନେଶ୍ୱର/୧୭/୦୪ –  କଲବଲ କରୁଛି ତାତି ।  ପଶ୍ଚିମ, ଆଭ୍ୟନ୍ତରୀଣ ତଥା ଉପକୂଳଠୁ ଓଡ଼ିଶା ସବୁଠି ଗ୍ରୀଷ୍ମ ପ୍ରବାହ ବୃଦ୍ଧିପାଇଛି । ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଲୋକେ। ଏକ ସପ୍ତାହ ହେବ ଏଭଳି ଅବସ୍ଥା ଜାରି ରହିଛି। 

ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ଯାଏଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା କାଲି ଅର୍ଥାତ ୧୮ ତାରିଖରୁ ୨୦ ତାରିଖ ଯାଏଁ ଛୁଟି ଘୋଷଣା କରାଯାଇଛି। ୩ ଦିନ ଯାଏଁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ସ୍କୁଲ ସ୍କୁଲ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି ।

Show More

Related Articles

Back to top button