ରାଜନୀତିରାଜ୍ୟ

ଆସିଲା ବିଜେଡିର ପଞ୍ଚମ ବିଧାନସଭା ପ୍ରାର୍ଥୀ ତାଲିକା; ଦୁଇଟି ବିଧାନସଭା ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର/୧୭/୦୪ – ଦୁଇଟି ବିଧାନସଭା ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ନବୀନ । ଆଜି ବିଜେଡିର ପଞ୍ଚମ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ଏହା ସ୍ପଷ୍ଟ ହୋଇଛି ।

ସେହିପରି ସମ୍ବଲପୁର ଓ ରେଢ଼ାଖୋଲ ପ୍ରାର୍ଥୀ ପରିବର୍ତ୍ତନ ନେଇ ମଧ୍ୟ ଘୋଷଣା ହୋଇଛି । ପୂର୍ବରୁ ସମ୍ବଲପୁରରୁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରେଢ଼ାଖୋଲରୁ ରୋହିତ ପୂଜାରୀ ପ୍ରାର୍ଥୀ ହୋଇଥିବା ବେଳେ, ପ୍ରସନ୍ନ ସମ୍ବଲପୁରରୁ ଲଢ଼ିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । 
ଆଜି ସେଥ‌ିରେ ପରିବର୍ତ୍ତନ କରାଯାଇ ରେଢ଼ାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ ଓ ସମ୍ବଲପୁରରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଏହି ସୂଚନା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  

ଏହି ଘୋଷଣା ପରେ ଏବେ ସୁଦ୍ଧା ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୬ଟି ବିଧାନସଭା ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ସରିଛି । ଆଉ ୨୧ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି ।

ଆଜି ଘୋଷଣା ହୋଇଥିବା ପ୍ରାର୍ଥୀ ..

କଣ୍ଟାବାଞ୍ଜି- ନବୀନ ପଟ୍ଟନାୟକ
ସମ୍ବଲପୁର- ରୋହିତ ପୂଜାରୀ
ରେଢ଼ାଖୋଲ-ପ୍ରସନ୍ନ ଆଚାର୍ଯ୍ୟ
ଅନୁଗୁଳ- ସଂଯୁକ୍ତା ସିଂହ
ନିମାପଡ଼ା- ଦିଲୀପ ନାୟକ
ସାନଖେମୁଣ୍ଡି- ସୁଲକ୍ଷଣା ଗୀତାଞ୍ଜଳି ଦେବୀ
ଜୟପୁର- ଇନ୍ଦିରା ନନ୍ଦ
ଚିତ୍ରକୋଣ୍ଡା- ଲକ୍ଷ୍ମୀପ୍ରିୟା ନାୟକ
ପଦ୍ମପୁର- ବର୍ଷା ସିଂ ବରିହା
କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ
ଦେବଗଡ଼- ଅରୁନ୍ଧତି ଦେବୀ

Show More

Related Articles

Back to top button