ଅପରାଧକେନ୍ଦୁଝରଜିଲ୍ଲାରାଜ୍ୟ

ଲୁହାପଥର ଚୋରା ଚାଲାଣ ସିଣ୍ଡିକେଟର ୧୧ ଜଣଙ୍କୁ ଧରିଲା କେନ୍ଦୁଝର ପୋଲିସ୍ ।

ଜେସିବି ମେସିନ, ଫାଇନ୍ସ ବୋଝେଇ ୨ ଟି  ଟ୍ରେଲର, ଗୋଟିଏ ଖାଲି ଟ୍ରକ୍, ୩ ଟି ମୋଟର ସାଇକେଲ, ୧୩ ଟି ମୋବାଇଲ ଫୋନ୍, କିଛି ନକଲି ଚାଲାଣ ଏବଂ ୱେ ବିଲ୍ ଜବତ୍ ।

କେନ୍ଦୁଝର/୧୬/୦୪ – କେନ୍ଦୁଝର ପୋଲିସକୁ ବଡ଼ ସଫଳତା । ଲୁହାପଥର ଚୋରା ଚାଲାଣ ସିଣ୍ଡିକେଟର ୧୧ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି କେନ୍ଦୁଝର ପୋଲିସ୍ । ଗତ ମଧ୍ୟ ରାତ୍ରୀରେ ବାମେବାରୀ ଥାନା, ନୟାଗଡ଼ ରେଲୱେ ସାଇଡିଂ ନିକଟରୁ ଆଇରନ୍ ଓର୍ ଫାଇନ୍ସ ( ଲୁହା ପଥର ଗୁଣ୍ଡ ) ଚୋରା ଚାଲାଣ ହେଉଥିବା ନେଇ ବାମେବାରୀ ପୋଲିସ୍ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇଥିଲା । ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ କରାଯାଇଥିଲା । ଏଥିରେ  ଆଇଆଇସି ତୁରୁମୁଙ୍ଗା, ଆଇଆଇସି ସଦର, ଆଇଆଇସି ଚମ୍ପୁଆଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ଘଟଣା ସ୍ଥଳରେ ଚଢ଼ାଉ କରି ଏହି ସିଣ୍ଡିକେଟର ସଦସ୍ୟମାନଙ୍କୁ ପୋଲିସ୍ ଟିମ୍ ଗୋଡାଇ ଧରିବା ପାଇଁ ଚେଷ୍ଠା କରୁଥିଲା ବେଳେ, ଜଣେ ପୋଲିସ୍ ଏଏସ୍ଆଇଙ୍କୁ ଏକ ଆଇରନ ସ୍କୃ ଡ୍ରାଇଭର ମାଧ୍ୟମରେ ଆକ୍ରମଣ କରିବାକୁ ପଛାଇ ନ ଥିଲେ ଦୃବ୍ରୁର୍ତ୍ତ । ତେବେ ପୋଲିସ୍ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଅନ୍ୟପଟେ ୨ ଟି ଟ୍ରେଲରରେ ଆଇରନ୍ ଓର୍ ଫାଇନ୍ସ ବୋଝେଇ କରି ବାହାର ରାଜ୍ୟକୁ ଚୋରା ଚାଲାଣ ପାଇଁ ପଲାଇ ଯାଉଥିବାବେଳେ, ତୁରୁମୁଙ୍ଗା ନିକଟରୁ ଧରିଥିଲା ପୋଲିସ୍ ।

ଏହିଚୋରା ଚାଲାଣ କାର୍ଯ୍ୟରେ ନିୟୋଜିତ ଗୋଟିଏ ଜେସିବି ମେସିନ, ଫାଇନ୍ସ ବୋଝେଇ ୨ ଟି  ଟ୍ରେଲର,  ଗୋଟିଏ ଖାଲି ଟ୍ରକ୍,  ୩ ଟି ମୋଟର ସାଇକେଲ, ୧୩ ଟି ମୋବାଇଲ ଫୋନ୍, କିଛି ନକଲି ଚାଲାଣ ଏବଂ ୱେ ବିଲ୍ ଜବତ୍ କରିଛି ପୋଲିସ୍ । ଘଟଣାରେ ସଂପୃକ୍ତ ୪ ଜଣ ଡ୍ରାଇଭର ସମେତ ମୋଟ ୧୧ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତମାନେ ହେଲେ, ଟ୍ରକ୍ ଡ୍ରାଇଭର ୟୁପି ବଲିଆର ଗୁଡୁ କୁମାର ରାଜଭଗ,  ହିମାଚଳ ପ୍ରଦେଶ କାଙ୍ଗେଡା ଅଞ୍ଚଳର ଶ୍ୟାମ ଲାଲ ସିଂ,  ପଞ୍ଜାବ ବେନହାଲ ଜିଲ୍ଲା ମାରପାଟିଆଲାର ବୁଟା ସିଂ, ଲୋଡର ଡ୍ରାଇଭର ମୟୂରଭଞ୍ଜ ଘାଗରବେଡା ବ୍ରାହ୍ମଣିପଶି ଅଞ୍ଚଳର ସୁରଜ ମହନ୍ତ, କଳାପାହାଡ ତଲାକ ହଟିଂର ସୋମ ମଲ୍ଲିକ, ବାମେବରୀ ଥାନା ପଳସାର  ସୁରେଶ କୁମାର ବାରିକ, ବାମବେରୀ ଥାନା ନୟାଗଡା ଅଞ୍ଚଳର ଅନ୍ମଥ ନାୟକ, ଜଲପାପଶିର ଇଶ୍ୱର ଚନ୍ଦ୍ର ମହନ୍ତ, ଟ୍ରକ୍ ଯୋଗାଣକାରୀ ତଥା ଫାଇନାନ୍ସର୍ ବିଶୋଇ ଅଞ୍ଚଳର ପ୍ରଦିପ କୁମାର ହୋତା  ଓରଫ୍ ନାନା, ଯଶୀପୁରର ସଚ୍ଚିକାନ୍ତ ବିନ୍ଧାଣୀ ଏବଂ ଆସିଫ୍ ଅନସାରୀ । ଏନେଇ ବାମେବାରୀ ଥାନାରେ PS କେସ୍ ନମ୍ବର 133/ 16.04.2024 U / S 332/333/353/395 IPC / 21 MMDR ଆକ୍ଟରେ|ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି ।

Show More

ସମ୍ବନ୍ଧୀୟ ଖବର

Back to top button