କେନ୍ଦୁଝରଜିଲ୍ଲା

ମେଡିସିନ୍ ଷ୍ଟୋରରେ ପଶିଗଲା ଆହତ ବାରହା; ଆଉ ତା ପରେ……

କେନ୍ଦୁଝର/୧୬/୦୪/୨୦୨୪ – କେନ୍ଦୁଝର ଜିଲ୍ଲା ଜର୍ଜ କୋର୍ଟ ନିକଟସ୍ଥ ଆପୋଲ ଫାର୍ମାସୀ ମେଡିସିନ୍ ଷ୍ଟୋରରେ ପଶିଗଲା ଆହତ ବାରହା । ଆହାତ ବାରହାକୁ ଉଦ୍ଧାର କଲା ବନ ବିଭାଗ । ଆଜି ସକାଳ ପ୍ରାୟ ୯.୩୦ ମିନିଟ ସମୟରେ ଜିଲ୍ଲା ଜର୍ଜ କୋର୍ଟ ସମ୍ମୁଖରେ ଖୋଲା ଥିବା ଆପୋଲୋ ଫାର୍ମାସୀ ଔଷଧ ଦୋକାନ ଭିତରକୁ ଏକ ଜଙ୍ଗଲୀ ବାରହା ହଠାତ୍ ପଶିଯାଇଥିଲା । ବାରହାକୁ ଦେଖି ଦୋକାନୀ ଭୟଭୀତ ହୋଇ ବାହାରକୁ ଚାଲି ଆସିବା ସହିତ ଦୋକାନ କବାଟକୁ ବନ୍ଦ କରିଦେଇଥିଲେ । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେବାପରେ ବନ ବିଭାଗର କ୍ଵିକ ରେସପୋନ୍ସ ଟିମ୍ ଜନ୍ତା ସହିତ ସେଠାରେ ପହଞ୍ଚି ଆହତ ବାରହାଟିକୁ ଉଦ୍ଧାର କରିଥିଲେ । ବାରହାଟିର ଥୋଡ଼ିରେ କ୍ଷତ ହୋଇ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା ।

ବାରହାକୁ ଉଦ୍ଧାର କରିବା ପରେ କେନ୍ଦୁଝର ରେଞ୍ଜ କାର୍ଯ୍ୟାଳୟକୁ ନିଆଯାଇଛି । ସେଠାରେ ଦୁଇ ତିନିଦିନ ଚିକିତ୍ସା ପରେ ତାକୁ ନରଣପୁର ସଂରକ୍ଷିତ ଜଙ୍ଗଲରେ ଛାଡ଼ିଦିଆଯିବ ବୋଲି କେନ୍ଦୁଝର ଡି ଏଫ ଓ ଧନରାଜ ଏଚ ଡି କହିଛନ୍ତି । ଏହା ଏକ ବଡ଼ ମାଈ ବାରହା ଏବଂ ସେ ରାତିରେ ନରଣପୁର ଜଙ୍ଗଲରୁ ଚାଲିଆସି ସମ୍ଭବତଃ ଜଙ୍ଗଲକୁ ଫେରି ପାରିନଥିଲା ବୋଲି ଡି ଏଫ ଓ କହିଛନ୍ତି । ତେବେ ସେ କିପରି କ୍ଷତାକ୍ତ ହେଲା ତାହା ଜଣାପଡିନାହିଁ ।

Show More

Related Articles

Back to top button