ରାଜନୀତିରାଜ୍ୟ

୬ ବର୍ଷ ପାଇଁ କଂଗ୍ରେସରୁ ବିଦା ହେଲେ ସୁର ରାଉତରାୟ ।  

ଭୁବନେଶ୍ୱର/୧୫/୦୪ – ୬ ବର୍ଷ ପାଇଁ କଂଗ୍ରେସରୁ ବିଦା ହେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ବିଶୃଙ୍ଖଳା ଏବଂ ଦଳ ବିରୋଧୀ କାର୍ଯ୍ୟ ପାଇଁ ସୁରେଶ ରାଉତରାୟଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଏଆଇସିସି । ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍‌ ଜରିଆରେ ଏହି ସୂଚନା ଦିଆଯାଇଛି । 

ସୁର କଂଗ୍ରେସରେ ଥାଇ ନିଜ ସାନ ପୁଅ ତଥା ଭୁବନେଶ୍ୱର ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ଅପିଲ କରିଥିବା ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥି ପାଇଁ ଦଳ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ତେବେ ଜବାବରେ ସୁର କହିଥିଲେ ଯେ, ସେ ପୁଅ ପାଇଁ ପ୍ରଚାର କରିନାହାନ୍ତି କିମ୍ବା ରାଜନୈତିକ ସଭା କରିନାହିଁ କି ସେଭଳି କିଛି ଭାଷଣ ଦେଇନାହିଁ । ଦଳ ଯାହା ଦଣ୍ଡ ଦେବ ସ୍ବୀକାର କରିବି । ତେବେ ଆଜି ଏଆଇସିସି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Show More

ସମ୍ବନ୍ଧୀୟ ଖବର

Back to top button