କେନ୍ଦୁଝରଜିଲ୍ଲାରାଜନୀତି

ଚମ୍ପୁଆରୁ ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରୀଙ୍କୁ ପ୍ରାର୍ଥୀ କଲା କଂଗ୍ରେସ । 

ଚମ୍ପୁଆ/୧୪/୦୪ – ଚମ୍ପୁଆରୁ କଂଗ୍ରେସ ପ୍ରାର୍ଥୀ ହେଲେ ପୂର୍ବତନ କେନ୍ଦୁଝର ସାଂସଦ ଯଶୋବନ୍ତ ଲାଗୁରୀ । ଯଶୋବନ୍ତ ୨୦୦୯ରେ ବିଜେଡି ଟିକେଟରେ କେନ୍ଦୁଝର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଏହାପରେ ୨୦୧୪ରେ ବିଜେଡି ଯଶୋବନ୍ତଙ୍କ ବଦଳରେ ତାଙ୍କ ଧର୍ମପତ୍ନୀ ଶକୁନ୍ତଳା ଲାଗୁରୀଙ୍କୁ ପ୍ରାର୍ଥୀ କରିଥିଲା ଏବଂ ସେ ନିର୍ବାଚନ ଜିତି ସାଂସଦ ହୋଇଥିଲେ । ୨୦୧୯ରେ କିନ୍ତୁ ଉଭୟଙ୍କୁ ବାଦ୍ ଦିଆଯାଇଥିଲା । ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା ବିଜୁ ଜନତା ଦଳ । ଏହାପରେ ଦଳରେ ତାଙ୍କୁ ଏତେଟା ଆଉ ପ୍ରାଧାନ୍ୟ ଦିଆଗଲା ନାହିଁ । ଏଥର ମଧ୍ୟ ଟିକେଟ ପାଇବା ଆଶା କ୍ଷୀଣ ଥିବାରୁ ଲାଗୁରୀ ଦମ୍ପତ୍ତି ଗତ ମାର୍ଚ୍ଚ ୧୫ ତାରିଖରେ ଶଙ୍ଖ ଛାଡ଼ି ହାତ ଧରିଥିଲେ । ଉଭୟ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଆୟୋଜିତ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ଦୁଇ ପୂର୍ବତନ ସାଂସଦଙ୍କ କଂଗ୍ରେସରେ ଯୋଗଦାନ ଦଳୀୟ କର୍ମୀଙ୍କ ମଧ୍ୟରେ କିଛିଟା ଉତ୍ସାହ ବଢାଇଥିଲା । ଚମ୍ପୁଆରୁ ପ୍ରାର୍ଥୀତ୍ବ ପାଇଁ ବହୁ ଆଶାୟୀ ଆବେଦନ କରିଥିଲାବେଳେ, ଆଜି ଯଶୋବନ୍ତଙ୍କ ନାଁ ଘୋଷଣା କରିଛି କଂଗ୍ରେସ ଦଳ । ସେପଟେ ଉଭୟ ବିଜେପି ଓ ବିଜେଡି ଚମ୍ପୁଆ ଆସନ ପାଇଁ ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ତେବେ କେନ୍ଦୁଝରରେ କଂଗ୍ରେସର ସ୍ଥିତି ଅତ୍ୟଧିକ ଦୁର୍ବଳ ରହି ଥିବାବେଳେ, ଭୋଟରଙ୍କ ନିକଟତର ହେବାପାଇଁ ଯଶୋବନ୍ତ କିଭଳି ରଣକୌଶଳ ଆପଣାଉଛନ୍ତି ଓ କେତେଦୂର ଉପଯୋଗୀ ହୋଇପାରୁଛି ତାହା ଜୁନ୍ ୪ ରେ ଜଣାପଡ଼ିବ ।

Show More

Related Articles

Back to top button