କେନ୍ଦୁଝରଜିଲ୍ଲାରାଜନୀତି

ପାଟଣା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସରୁ ଲଢ଼ିବେ ପୂର୍ବତନ ବିଧାୟକ ହୃଷୀକେଶ ନାଏକ ।

ପାଟଣା/୧୪/୦୪ – କେନ୍ଦୁଝର ସଂସଦୀୟ କ୍ଷେତ୍ରର ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପୁରୁଖା ପ୍ରବୀଣ ରଜନେତା ତଥା ପୂର୍ବତନ ପାଟଣା ବିଧାୟକ ହୃଷିକେଶ ନାଏକଙ୍କୁ ଭରସା କରି କଂଗ୍ରେସ ଚଳିତ ନିର୍ବାଚନ ରେ ପ୍ରାର୍ଥୀ କରିଛି । ଆଜି ଦଳ ପକ୍ଷରୁ ତାଙ୍କ ନାମ ଘୋଷଣା ହେବା ପରେ ସମର୍ଥକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ହୃଷିକେଶ ଗତ ଜୁନ୍  ୧୫ ତାରିଖରେ ବିଜେଡିରୁ ଇସ୍ତଫା ଦେଇ କଂଗ୍ରେସ ଦଳରେ ଯୋଗ ଦେଇଥିଲେ । ସେ ଶିକ୍ଷକ ଚାକିରି  ଛାଡି ୧୯୮୦ରେ  ଲୋକ ଦଳ ଟିକଟରୁ ନିର୍ବାଚନ ଲଢ଼ି ପାଟଣା ବିଧାୟକ ହୋଇଥିଲେ। ୧୯୮୫  ଓ ୧୯୯୫ ଦୁଇଥର କଂଗ୍ରେସ ଟିକଟରୁ ପାଟଣା ନିର୍ଵାଚନ ମଣ୍ଡଳୀରୁ ରନିର୍ବାଚନ ଲଢ଼ି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ୨୦୦୪ରେ କଂଗ୍ରେସରୁ ଟିକେଟ ନପାଇ ନିରାଶ ହୋଇ ସ୍ୱାଧୀନ ଭାବେ ଲଢ଼ି ୨୮ ହଜାର ଭୋଟ ପାଇ ପରାଜୟ ବରଣ କରିଥିଲେ । ୨୦୦୭ ମସିହାରେରେ ବିଦ୍ଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେବା ପରେ କ୍ରମାଗତ ୨୦୦୯ ଏବଂ ୨୦୧୪ରେ ବିଜେଡି ଟିକେଟରୁ ବିଜୟ ଲାଭ କରି ପାଟଣା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ । ଆଗାମୀ ନିର୍ବାଚନରେ ସେ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି।

Show More

Related Articles

Back to top button