ଅପରାଧକେନ୍ଦୁଝରଜିଲ୍ଲା

ଚୋରା ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ଚୋରା ପଟା ବୋଝେଇ ମ୍ୟାକ୍ସିମା ଗାଡ଼ି ସହ ଖଡ଼ି ପଥର ବୋଝେଇ ମାରୁତି କାର୍ ଜବତ୍ ।

ଗାଡ଼ିକୁ ଛାଡ଼ି ଅଭିଯୁକ୍ତ ଫେରାର ।

ଚମ୍ପୁଆ/୧୪/୦୪ – ଚମ୍ପୁଆ ରେଞ୍ଜ, ଚମକପୁର ସେକ୍ସନରେ ଚୋରା ଚାଲାଣ ବେଳେ ବନ ବିଭାଗର ଚଢ଼ାଉ କରି ଏକ ଚୋରା ପଟା ବୋଝେଇ ମ୍ୟାକ୍ସିମା ଗାଡ଼ି ଜବତ୍ କରିବା ସହିତ ଏକ ଖଡ଼ି ପଥର ବୋଝେଇ ମାରୁତି କାରକୁ ମଧ୍ୟ  ଜବତ୍ କରିଛି । ତେବେ ଦୁଇଟିଯାକ ଗାଡ଼ିକୁ ଛାଡ଼ି ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

ଖଡ଼ି ପଥର ବୋଝେଇ ମାରୁତି କାର୍

ସୂଚନା ଅନୁସାରେ, ଗୁମୁରା ବିଟ୍ ଅଧିନ ଚମକପୁର ସଂରକ୍ଷିତ ଜଙ୍ଗଲରୁ ମାରୁତି ୮୦୦ କାରଟି ଖଡ଼ି ପଥର ବୋଝେଇ କରି ଯାଉଥିବା ସମୟରେ ଫରେଷ୍ଟର ବୁଲୁ ନାହାକ, ଫରେଷ୍ଟ ଗାର୍ଡ କୁନ୍ତଳା ମହାନ୍ତ, କିରାଣୀ ମହାରଣା ଏବଂ ଅନ୍ୟ ବନ କର୍ମଚାରୀ ଚଢ଼ାଉ କରି ଧରିଥିବାବେଳେ, ଗାଡ଼ିକୁ ଛାଡ଼ି ଅଭିଯୁକ୍ତମାନେ ଦୌଡ଼ି ପଲାଇଥିଲେ । କାରରେ ପାଖାପାଖି ୩ କ୍ଵିଣ୍ଟାଲ ଓଜନର ଖଡ଼ି ପଥର ବୋଝେଇ ହୋଇଛି । ସେହିପରି ଆଜି ଭୋର୍ ସମୟରେ କନକନା ଜଙ୍ଗଲରୁ ୨୧ ଖଣ୍ଡ ସାଇଜ୍ ପଟା ଏକ ମ୍ୟାକ୍ସିମା ଗାଡ଼ିରେ ଭର୍ତ୍ତି କରି ଚୋରା ଚାଲାଣ କରାଯାଉଥିଲା ବେଳେ, ମାଡ଼ି ବସିଥିଲା ବନ ବିଭାଗ । ଏଠାରେ ମଧ୍ୟ ଗାଡ଼ିକୁ ଘଟଣାସ୍ଥଳରେ ଛାଡ଼ି ଅଭିଯୁକ୍ତ ଚମ୍ପଟ ମାରିବାକୁ ସକ୍ଷମ ହୋଇଥିଲେ । ଏହି ଦୁଇ ଗାଡ଼ିକୁ ଜବତ୍ କରି ଅଧିକ ତଦନ୍ତ ଚଳାଇଛି ବନ ବିଭାଗ ।

ପଟା ବୋଝେଇ ମ୍ୟାକ୍ସିମା ଗାଡ଼ି
Show More

Related Articles

Back to top button