
ଭୁବନେଶ୍ୱର/୧୩/୦୪ – କଂଗ୍ରେସ ଜାରି କଲା ଓଡ଼ିଶାର ଆଉ ୯ ଲୋକସଭା ପ୍ରାର୍ଥୀ । ଏହା ସହିତ ଏପର୍ଯ୍ୟନ୍ତ ମୋଟ ୧୭ଟି ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଗତ ୨ ତାରିଖରେ ୮ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା କଂଗ୍ରେସ । ଆଉ ୪ଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିବା ବାକି ରହିଛି ।
ଜାଣନ୍ତୁ କିଏ କେଉଁଠୁ …….
ବାଲେଶ୍ଵର – ଶ୍ରୀକାନ୍ତ ଜେନା
ଭଦ୍ରକ – ଅନନ୍ତ ପ୍ରସାଦ ସେଠୀ
ଯାଜପୁର – ଅଞ୍ଚଳ ଦାସ
କେନ୍ଦ୍ରାପଡ଼ା – ସିଦ୍ଧାର୍ଥ ସ୍ୱରୂପ ଦାସ
ଢେଙ୍କାନାଳ – ସସ୍ମିତା ବେହେରା
ଜଗତସିଂପୁର – ରବୀନ୍ଦ୍ର ସେଠୀ
ଭୁବନେଶ୍ବର – ୟାସିର ନୱାଜ୍
ପୁରୀ – ସୁଚରିତା ମହାନ୍ତି
କେନ୍ଦୁଝର – ମୋହନ ହେମ୍ବ୍ରମ
