କେନ୍ଦୁଝରଜିଲ୍ଲା

ଶ୍ରୀରାମ ନବମୀ ଉପଲକ୍ଷେ ଶାନ୍ତି କମିଟି ବୈଠକ ।

ବଡ଼ବିଲ/୧୨/୦୪ – ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଦାଗଡୁଙ୍କ ଅଧ୍ଯକ୍ଷତାରେ ବଡ଼ବିଲ ଥାନାରେ ଅନୁଷ୍ଠିତ ବୈଠକରେ ବଡ଼ବିଲ ଏସଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ, ଆଇଆଇସି ରମାକାନ୍ତ ମୁଦୁଲିଙ୍କ ସମେତ ବିଭିନ୍ନ ସମ୍ପ୍ରଦାୟର ଲୋକେ ଉପସ୍ଥିତ ରହିଥିଲେ । ବିଶେଷକରି ହିନ୍ଦୁ ଏବଂ ମୁସଲମାନ ସଂପ୍ରଦାୟର ପ୍ରମୁଖ ବ୍ୟକ୍ତିଗଣ ଏବଂ ବିଭିନ୍ନ ଆଖଡ଼ା କମିଟିର ପ୍ରତନିଧି ବୈଠକରେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ । ପରମ୍ପରା ସହ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ଯରେ ପବିତ୍ର ଶ୍ରୀରାମ ନବମୀ ପାଳନ ପାଇଁ ଆରକ୍ଷୀ ଅଧିକ୍ଷକ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଆଖଡା କମିଟିଗୁଡିକ ସମସ୍ତ ନୀତି ନିୟମର ଅନୁପାଳନ ତଥା ସାମ୍ପ୍ରଦାୟିକ ସଦଭାବ ଓ ଭାଇଚାରା ବଜାୟ ରଖିବା ପାଇଁ ସେ ନିବେଦନ କରିଥିଲେ । ଏଥିରେ ଉଭୟ ପକ୍ଷ ସହମତି ପ୍ରକାଶ କରି କହିଥିଲେ ଯେ, ବଡ଼ବିଲରେ ସବୁବେଳେ ଭାଇଚାରା ରହିଆସିଛି ଏବଂ ଆଗକୁ ମଧ୍ୟ ଏହା ବଜାୟ ରହିବ ।

Show More

Related Articles

Back to top button