କେନ୍ଦୁଝରଜିଲ୍ଲା

ସାଉଣ୍ଡ ମେସିନ ଚୋରି ଅଭିଯୋଗରେ ୩ ଜଣଙ୍କୁ ଗିରଫକଲା ପାଟଣା ପୋଲିସ ।

ପାଟଣା/୧୨/୦୪ – କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଦୁର୍ଗାଦେଇପୁର ଗ୍ରାମରୁ ଗତ ମଙ୍ଗଳବାର ରାତିରେ ସାଉଣ୍ଡ ମେସିନ ଚୋରି ଅଭିଯୋଗରେ ପାଟଣା ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ ଚୋରୀ ହୋଇଥିବା ୨ ଟି ମେସିନ ଉଦ୍ଧାର କରିଛି।  ଦୁର୍ଗାଦେଇପୁର ଗ୍ରାମର ମାନସ ବେହେରାଙ୍କ ଘରୁ ଗତ ମଙ୍ଗଳବାର ରାତିରେ ଦୁଇଟି ସାଉଣ୍ଡ ମେସିନ ଚୋରି ହୋଇଥିବା ନେଇ ପାଟଣା ଥାନାରେ ଅଭିଯୋଗ କରିଥିଲେ ମାନସ। ଅଭିଯୋଗପରେ ପାଟଣା ପୋଲିସ ଘଟଣାର ତଦନ୍ତକରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ୩ ଜଣ ହେଲେ,  ଦୁର୍ଗାଦେଇପୁର ଗ୍ରାମର ଚନ୍ଦ୍ର ଶେଖର ବରଡ଼ିଆ ଓରଫ  (ଭେଲୁ) ବଡ଼ପାଟଣା ଗ୍ରାମର ରଞ୍ଜନ କାରୁଆ ଓରଫ (ସିପୁ) ଏବଂ ଟାଇଁସିରା ଗ୍ରାମର ଡାକ୍ତର କାରୁଆ ଓରଫ (ଲୁଲୁ) । ପୂର୍ବରୁ ଏମାନଙ୍କ ନାଁରେ  ପାଟଣା ଥାନାରେ ଅନେକ ମାମଲା ରହିଥିବା ଜଣାପଡିଛି । ଏନେଇ ପାଟଣା ଥାନା କେଶ୍ ନଂ ୧୬୯/୨୪ ରେ ଏକ ମାମଲା ରୁଜୁ ହୋଇଛି।

Show More

Related Articles

Back to top button