କେନ୍ଦୁଝରଜିଲ୍ଲା

ପାଟଣାରେ ଆନନ୍ଦ ସହକାରେ ପାଳିତ ହେଲା ଭାଇଚାରାର ପର୍ବ ଇଦ୍।

ପାଟଣା/୧୧/୦୪ – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟରେ ଗୁରୁବାର ପବିତ୍ର ରମଜାନ ମାସର ଶେଷରେ ମୁସଲମାନ ସମ୍ପ୍ରଦାୟର ଲୋକେ ଇଦ୍ ପର୍ବ ପାଳିଛନ୍ତି । ବୁଧବାର ସନ୍ଧ୍ୟା ୬ ଟାରେ ଚାନ୍ଦ ଦର୍ଶନ ପରେ ଗୁରୁବାର ମସଜିଦରେ ସମୂହ ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ ମୁବାରକ ଜଣାଇଥିଲେ। ମୌଲାନା ଅଜାରୁଦ୍ଦିନ ସମେବେତ ଲୋକଙ୍କୁ ଅଲ୍ଲାଙ୍କ ସନ୍ଦର୍ଭରେ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମରେ ସର୍ଦ୍ଦାର ନଜରୁଲ ଆଲାମ, ସଂପାଦକ କଲିମ ଅନସାରୀ, ଏମ ଡି ଜକ୍ୱାଲା ଅନସାରୀ, ଖୁରସିଦ୍ ଆଲମ୍, ଡବ୍ଲୁ ଅନସାରୀ, ଜାମିଲ ଅନସାରୀ, ପିଣ୍ଟୁ ଆଲାମ୍, ସାହିଦ ଆଲାମ୍ ପ୍ରମୁଖଙ୍କ ସହ ମୁସଲମାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି ଅବସରରେ ଘରେ ଘରେ ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା । 

Show More

Related Articles

Back to top button