
ପାଟଣା/୧୧/୦୪ – ଗୁରୁବାର ଅପରାହ୍ନରେ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥର ବିଜାନାଳୀ ନିକଟରେ କାର ସହ ଟ୍ରକ୍ ଧକ୍କା, କାର୍ ଚାଳକ ଗୁରୁତର ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।
ସୂଚନା ଅନୁସାରେ ପାଟଣା ସ୍ୱାମ ଶାସନର ଗଦାଧର ଦାଶ ଏବଂ ତାଙ୍କ ପୁଅ କ୍ଷୀରୋଦ ଚନ୍ଦ୍ର ଦାଶ ଡୁବୁରୀରୁ ହାଟସାରି କାର୍ ଯୋଗେ ଘରକୁ ଫେରୁଥିବା ସମୟରେ ପାଟଣାରୁ ଢେଙ୍କିକୋଟ ଅଭିମୁଖେ ଯାଉଥିବା ଏକ ଟ୍ରକ ତାଙ୍କ କାରକୁ ସାମ୍ନାପଟୁ ଧକ୍କା ହୋଇଥିଲା । ଫଳରେ କାର ଚଲାଉଥିବା କ୍ଷୀରୋଦ ଚନ୍ଦ୍ର ଦାଶଙ୍କ ଅବସ୍ଥା ଗୁରୁତର ହେବା ସହ ତାଙ୍କ ବାପା ଗଦାଧର ଦାଶ ଆହତ ହୋଇଛନ୍ତି । କ୍ଷୀରୋଦଙ୍କ ମୁଣ୍ଡ ପେଟରେ ଗୁରୁତର ଆଘାତ ଲାଗିଥିବା ବେଳେ ଡାହାଣ ଗୋଡ଼ ଭାଙ୍ଗି ଯାଇଛି । ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ପାଟଣା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ବାପା ଗଦାଧର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ, କ୍ଷୀରୋଦଙ୍କୁ କେନ୍ଦୁଝର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ୍ କରିଥିବା ବେଳେ ଟ୍ରକ ଡ୍ରାଇଭର ଟ୍ରକକୁ ନେଇ ଢୋଙ୍କିକୋଟ ଫାଣ୍ଡିରେ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି ।