ଦେଶ

ବିଲେଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ।

ଅହମଦ ନଗର/୧୦/୦୪ – ବିଲେଇକୁ ବଞ୍ଚାଇବା ହେଲା କାଳ। ଚାଲିଗଲା ୫ ଜଣଙ୍କ ଜୀବନ। ସମସ୍ତ ମୃତକ ଗୋଟିଏ ପରିବାରର । ଏଭଳି ଅବଭାନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲାରେ। ଜିଲ୍ଲାର ନେଭାସା ତହସିଲର ୱାକଡି ଗାଁରେ ମଙ୍ଗଳବାର ଜଣେ ଚାଷୀଙ୍କ ବାୟୋଗ୍ୟାସ୍‌ କୂଅରେ ଏକ ବିଲେଇ ପଡ଼ି ଯାଇଥିଲା। ବିଲେଇଟିକୁ ରକ୍ଷା କରିବା ପାଇଁ ପ୍ରଥମେ ଜଣେ ବ୍ୟକ୍ତି ଏହି ବାୟୋଗ୍ୟାସ କୂଅ ଭିତରକୁ ଓହ୍ଲାଇଥିଲେ। ହେଲେ କିଛି ସମୟ ପରେ ବ୍ୟକ୍ତି ଜଣକ ଯେତେବେଳେ ବାହାରକୁ ଆସି ନଥିଲେ ସେତେବେଳେ ତାଙ୍କୁ ବଞ୍ଚାଇବାକୁ ଆଉ ଜଣେ ସେହି ବାୟୋଗ୍ୟାସ୍‌ କୂଅ ଭିତରକୁ ଓହ୍ଲାଇଥିଲେ । ଏହାପରେ ଜଣଙ୍କ ପରେ ଜଣେ ଏହିପରି ଗୋଟିଏ ପରିବାରର ୬ ଜଣ ବ୍ୟକ୍ତି ସେହି ବାୟୋଗ୍ୟାସ୍‌ କୂଅ ଭିତରେ ଫସି ଯାଇଥିଲେ। ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ବହୁ କଷ୍ଟରେ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିଲେ । ଏହାପରେ ଗୁରୁତର ବ୍ୟକ୍ତିଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ରାତିସାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ସମସ୍ତ ମୃତଦେହକୁ ବୁଧବାର ସକାଳୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି ।

Show More

Related Articles

Back to top button