
ଚମ୍ପୁଆ/୦୯/୦୪ – ଚମ୍ପୁଆ ଥାନା, ବଡନଈ ଗାଁରେ ଅଘଟଣ। ମାଛ ଧରିବା ହେଲା କାଳ, ପୋଖରୀରେ ବୁଡି ଯୁବକ ମୃତ। ମୃତକ ବଡନଈ ପଞ୍ଚାୟତ, ପଳସା ଗ୍ରାମର ଶେଷଦେବ ନାଏକ ।
ଖବର ଅନୁସାରେ, ଚମ୍ପୁଆ ବ୍ଲକ, ବଡନଈ ପଞ୍ଚାୟତ ଅନ୍ତର୍ଗତ ପଳସା ଗ୍ରାମର ଶେଷଦେବ ନାଏକ ନାମକ ଯୁବକ ତା’ର ତିନି ଜଣ ସାଙ୍ଗଙ୍କ ସହିତ ବଡ଼ନଈ ଗ୍ରାମର ଏକ ପୋଖରୀକୁ ମାଛ ମାରିବାକୁ ଯାଇଥିଲା। ମାଛ ମାରୁଥିବା ସମୟରେ ସେ ପୋଖରୀ ମଝିକୁ ଚାଲି ଯାଇଥିଲା। ମଝି ପୋଖରୀ ଅଧିକ ଗଭୀର ଥିବାରୁ ସେଠାରେ ସେ ପାଣି ଭିତରେ ବୁଡ଼ିଯାଇଥିଲେ । ଶେଷଦେବ ପାଣିରେ ବୁଡିଯିବା ଦେଖି ସାଙ୍ଗମାନେ ତାଙ୍କୁ ଉଦ୍ଧାର କରି ପାଣି ଉପରକୁ ଉଠାଇ ଆଣିଥିଲେ, ମାତ୍ର ସେତେବେଲକୁ ଶେଷଦେବ ମୃତ୍ୟୁ ବରଣ କରି ସାରିଥିଲେ ବୋଲି କୁହା ଯାଉଛି । ଏ ସମ୍ପର୍କରେ ଖବର ପାଇ ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରିବା ସହିତ ଶେଷଦେବଙ୍କ ସାଙ୍ଗମାନଙ୍କୁ ପଚରା ଉଚୁରା କରି ତଦନ୍ତ ଚଳାଇଛି ।
