
ମହୁମାଛି ଆକ୍ରମଣରେ ବିଦ୍ୟୁତ କର୍ମଚାରୀ, କଲେଜ ଛାତ୍ରଛାତ୍ରୀ ସମେତ ୧୫ରୁ ଅଧିକ ଆହତ ।
ପାଟଣା/୦୯/୦୪ – ବିନ୍ଧିଦେଲେ ମହୁମାଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ମହୁମାଛି ଆତଙ୍କ । ମହୁମାଛି ଆକ୍ରମଣରେ ୧୫ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବିଦ୍ୟୁତ କାର୍ଯ୍ୟାଳୟର ୩ ଜଣ କର୍ମଚାରୀ ଅଛନ୍ତି। ତୁରୁମୁଙ୍ଗା କଲେଜ ଛାତ୍ରଛାତ୍ରୀ ରାସ୍ତାରେ ଯାଉଥିବା ସମୟରେ ବୁଦ୍ୟୁତ କାର୍ଯ୍ୟାଳୟ ନିକଟରେ ହଠାତ୍ ମହୁମାଛି ଆକ୍ରମଣ କରିଛନ୍ତି । ବିଦ୍ୟୁତ କାର୍ଯ୍ୟାଳୟକୁ ବିଲ୍ ପୈଠ କରିବାକୁ ଆସିଥିବା ଲୋକେ ମଧ୍ୟ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗଛରେ ମହୁମାଛି ବସା କରିଥିଲାବେଳେ, ଗୋଟିଏ ବାଜ ପକ୍ଷୀ ବସାକୁ ଆକ୍ରମଣ କରିଥିଲା, ଫଳରେ ମହୁମାଛି ବସାରୁ ବାହାରି ଲୋକଙ୍କୁ ଆକ୍ରମଣ କରିଥିବା କୁହାଯାଉଛି।
