
ଭୁବନେଶ୍ୱର/୦୮/୦୪ – ପୂର୍ବତନ କେନ୍ଦୁଝର ସଦର ବିଧାୟକ ସୁବର୍ଣ୍ଣ ନାଏକ ଏବଂ ତାଙ୍କ ସ୍ତ୍ରୀ ପ୍ରତିଭା ମଞ୍ଜରୀ ନାଏକ ଆଜି ଶଙ୍ଖ ଛାଡି ହାତ ଧରିଛନ୍ତି l ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭୁବନେଶ୍ୱର ବାସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ନାଏକ ଦମ୍ପତ୍ତି ଓ ତାଙ୍କର କିଛି ସହଯୋଗୀ ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି । ଏହi ସମୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ସମେତ କଂଗ୍ରେସର ଅନ୍ୟ ନେତ୍ରୁବୃନ୍ଦ ଉପସ୍ଥିତ ଥିଲେ ।
ସୁବର୍ଣ୍ଣ ନାଏକ, ୨୦୦୯ ମସିହାରେ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ସେ ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ । ତେବେ ୧୦୧୪ ରେ ତାଙ୍କୁ ଦଳୀୟ ଟିକେଟ ମିଳି ନଥିଲା। ଆସନ୍ତା ନିର୍ବାଚନରେ ସେ କିମ୍ବା ତାଙ୍କ ପତ୍ନୀ ଦଳୀୟ ଟିକେଟ ପାଇଁ ଆଶାରଖିଥିଲେ । ମାତ୍ର ଟିକେଟ ନପାଇବା କାରଣରୁ ଉଭୟ ଆଜି କଂଗ୍ରେସରେ ଯୋଗ ଦେଇଥିବା ଚର୍ଚ୍ଚାହେଉଛି ।
