ଅପରାଧରାଜ୍ୟ

ବାଘ ଛାଲ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାଶ, ୭ ଗିରଫ ।

୫ଟି କଲରା ପତରିଆ ବାଘ ଛାଲ, ଗୋଟିଏ ବଣ ବିଲେଇ ଛାଲ, ଗୋଟିଏ ମାଛରଙ୍କା ବିଲେଇ ଛାଲ ସମେତ ୨୬ କେଜି ବଜ୍ରକପ୍ଳା କାତି ଜବତ୍ ।

ପାରଳାଖେମୁଣ୍ଡି/୦୮/୦୪ – ରାଜ୍ୟ ବାହାରକୁ ଚୋରା ଚାଲାଣ ପୂର୍ବରୁ ମାଡ଼ି ବସିଲା ବନ ବିଭାଗ । ଗଜପତି ଜିଲ୍ଲା ରାମଗିରି ରେଞ୍ଜ୍ ମଣ୍ଡଳସାହି ନିକଟସ୍ଥ କଦଳୀ ବଣ ଭିତରେ ଚଢ଼ାଉ କରି ବନ ବିଭାଗ ୭ ଜଣଙ୍କୁ ଗିରଫ କରିଥିବା ବେଳେ, ସେମାନଙ୍କ ନିକଟରୁ ୫ଟି କଲରା ପତରିଆ ବାଘ ଛାଲ, ଗୋଟିଏ ବଣ ବିଲେଇ ଛାଲ, ଗୋଟିଏ ମାଛଧରା ବିଲେଇ ଛାଲ, ୨୬ କେଜି ବଜ୍ରକପ୍ତା କାତି ସମେତ ୫ଟି ମୋବାଇଲ ଫୋନ୍ ଜବତ କରିଛି । ଏହି ଚୋରା କାରବାରରେ ଆଉ ଯେଉଁମାନଙ୍କ ସଂପୃକ୍ତି ରହିଛି ତଦନ୍ତ ପରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିଫଓ କହିଛନ୍ତି । ଏସବୁ ବାଘ ଛାଲ ସେମାନେ କେଉଁଠାରୁ ଆଣିଲେ ଓ ବନ୍ୟଜନ୍ତୁଙ୍କ ଚମଡା ଚୋରା ଚାଲାଣ କାରବାର କେବେଠାରୁ ଚାଲିଥିଲା ସେନେଇ ଖୋଳତାଡ଼ ଚାଲିଛି ।

Show More

Related Articles

Back to top button