
ଭାଙ୍ଗିଲା ୫୦ ରୁ ଉର୍ଦ୍ଧ୍ବ ଘରର ଛପର ।
ପାଟଣା/୦୭/୦୪ – କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ କାଳ ବୈଶାଖୀ ବର୍ଷା ସାଙ୍ଗକୁ କୁଆପଥର ମାଡ଼ । ଗୋଟିଏ ପଟେ ଅସହ୍ୟ ତାତି ଓ ଗୁଳୁଗୁଳିରୁ ଆଶ୍ୱସ୍ତି ମିଳିଥିବା ବେଳେ, ଅନ୍ୟପଟେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ପବନରେ ଅନେକ ଗୁଡ଼ିଏ ଗଛ ଭାଙ୍ଗି ତଳେ ପଡ଼ି ଯାଇଛି । ଏଥିସହ ପ୍ରବଳ ବେଗରେ କୁଆପଥର ମାଡ଼ ହେବା ଫଳରେ ଡୁମୁରିଆ ପଞ୍ଚାୟତ, ରୋହଣୀଦୁମା ଗ୍ରାମରେ ଅନେକ କ୍ଷୟକ୍ଷତି ହୋଇଛି ।
ଗ୍ରାମର ଖଗେଶ୍ବର ମହାନ୍ତ, ବାଇଧର ମହାନ୍ତ କଳାକର ମହାନ୍ତ, ହଳଧର ମହାନ୍ତ, କ୍ଷୀରୋଦ ମହାନ୍ତ, ମନୋଜ ମହାନ୍ତ, ମଲିନ୍ଦ୍ର ମହାନ୍ତ, ଭୀମସେନ ମହାନ୍ତ, ଅର୍ଜୁନ ମହାନ୍ତ, ରମେଶ ମହାନ୍ତ, ଶଙ୍କର୍ଷଣ ମହାନ୍ତ, ତ୍ରିଲୋଚନ ମହାନ୍ତ, ବିରବର ମହାନ୍ତ, ନରସିଂହ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ପଦ୍ମଲୋଚନ ମହାନ୍ତ, ଜଗନ୍ନାଥ ମହାନ୍ତ, କରୁଣାକର ମହାନ୍ତ, ତ୍ରିନାଥ ମହାନ୍ତ, ଗୋପବନ୍ଧୁ ମହାନ୍ତ, ଲୋକନାଥ ମହାନ୍ତ, ଦୟାନିଧି ମହାନ୍ତ, ସୁରେଶ ମହାନ୍ତ, ଗଙ୍ଗାଧର ମହାନ୍ତ, ବରାଡ଼ ମହାନ୍ତ, ରଜନୀ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ମଙ୍ଗୁଳି ମହାନ୍ତ, ମହେଶ୍ବର ମହାନ୍ତ, ନିରଞ୍ଜନ ମହାନ୍ତ, ସିଦ୍ଧୁ ନାଏକ, ତ୍ରିନାଥ ମହାକୁଡ଼, ନିତ୍ୟାନନ୍ଦ ମହାରଣା, ଛବିନ ମହାନ୍ତଙ୍କ ଘର ସମେତ ୫୦ ରୁ ଉର୍ଦ୍ଧ୍ବ ଆଜବେଷ୍ଟସ୍, ଖପର ଓ ଟାଇଲ ଘରର ଛପର ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି । ଏଥିସହ କୁଆପଥର ମାଡ଼ରେ ଅଞ୍ଚଳରେ ହୋଇଥିବା ବିଭିନ୍ନ ପନିପରିବା ଚାଷ ନଷ୍ଟ ହୋଇଯାଇଛି ।
