
ଶତାଧିକ କର୍ମୀଙ୍କ ସହ ବିଜେଡିରେ ହେଲେ ସାମିଲ
ଭୁବନେଶ୍ୱର/୦୭/୦୪ – ବିଜେଡିରେ ମିଶିଲେ ବରିଷ୍ଠ ନେତା ଗଣେଶ୍ବର ବେହେରା । ନିଜ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ଗଣେଶ୍ବର । ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିବା ସହ ସେ ବିଧାୟକ ଓ ମନ୍ତ୍ରୀ ଭାବରେ ଦାୟିତ୍ଵ ତୁଲାଇଥିଲେ । କିଛି ଦିନ ହେବ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଟିକେଟ ନ ଦେବାରୁ ସେ ଦଳ ଛାଡିଥିବା କହିଥିଲେ ।
ସେପଟେ ଗଣେଶ୍ୱର ବିଜେଡିରେ ମିଶିବା ନେଇ କେନ୍ଦ୍ରାପଡ଼ାରେ ବିଜୁ ଜନତା ଦଳର ଆଶାୟୀ ଓ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।