କେନ୍ଦୁଝରଜିଲ୍ଲା

ଗଛରେ ପାଣି ଦେଉଥିବା ବେଳେ ଟ୍ରକ ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ ।

ପାଟଣା/୦୬/୦୪ – କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚେମେଣା ନିକଟରେ ଦୁଃଖଦ ଘଟଣା ।।ଶନିବାର ମଧ୍ୟାହ୍ନ ସମୟରେ ଅଜଣା ଟ୍ରକ ଧକ୍କାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଚମ୍ପୁଆ ଥାନା ଗମ୍ଭାରିଆ ଗ୍ରାମର ତ୍ରିଲୋଚନ ନାଏକ (୫୫)।

ସୂଚନା ଅନୁସାରେ ତ୍ରିଲୋଚନ, ଏନ୍ ଏଚ ଆଇ  ର କେ,ଆଇ,ପି,ଏଲ ଠିକା ସଂସ୍ଥାରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ । ଶନିବାର ମଧ୍ୟାହ୍ନ ସମୟରେ ରାଜପଥ ମଝିରେ ଲଗାଯାଇଥିବା ଗଛ ଗୁଡିକରେ ପାଣି ଦେଉଥିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏନ୍,ଏଚ୍,ଆଇ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା, ହେଲେ  ଚିକିତ୍ସାଧୀନ ଅବସ୍ଥାରେ ତ୍ରିଲୋଚନଙ୍କ ମୃତ୍ୟୁ ଘଟିଛି ।

ଖବର ପାଇ ତୁରୁମୁଙ୍ଗା ପୋଲିସ ମେଡ଼ିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଫେରାର ଥିବା ଟ୍ରକକୁ ଧରିବାକୁ ଚେଷ୍ଟା ଜାରି ରଖିଛି। ଅନ୍ୟପଟରେ ମୃତ ତ୍ରିଲୋଚନ ନାଏକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ଦାବିରେ ସ୍ଥାନୀୟ ଲୋକେ ଶବକୁ ଖୀରେଇଟାଙ୍ଗିରୀ ଟୋଲ ଗେଟ୍  କର୍ଯ୍ୟାଳୟ ସମ୍ମୁଖରେ ରଖି ଧାରଣା ଦେଇଛନ୍ତି, ଫଳରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି। ପୋଲିସ୍ ଲୋକଙ୍କୁ ବୁଝା ସୁଝା କରୁଛି ।

Show More

Related Articles

Back to top button