
ଭୁବନେଶ୍ୱର/୦୫/୦୪ – ବିଜେଡି ଆଜି ତୃତୀୟ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୯ ଟି ବିଧାନସଭା ପ୍ରାର୍ଥୀଙ୍କ ନାଁ ରହିଛି । ଏହାକୁ ମିଶାଇ ଦଳ ଏବେ ସୁଦ୍ଧା ମୋଟ ୧୦୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜୁ ଜନତା ଦଳ ।
୯ ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଏହି ୯ ଜଣ ହେଲେ ….
ରେଙ୍ଗାଳି- ସୁଦର୍ଶନ ହରିପାଲ
ରାଉରକେଲା- ସାରଦା ପ୍ରସାଦ ନାୟକ
ବିରମିତ୍ରପୁର- ରୋହିତ ଯୋଶେଫ ତିର୍କି
କେନ୍ଦୁଝର- ମୀନା ମାଝୀ
ରାଇରଙ୍ଗପୁର- ରାଇସେନ୍ ମୁର୍ମୁ
ବାଲେଶ୍ୱର- ସ୍ୱରୂପ ଦାସ
ବାରବାଟି-କଟକ- ପ୍ରକାଶ ବେହେରା
ସାଲେପୁର- ପ୍ରସାନ୍ତ ବେହେରା
ଜୟଦେବ- ନବ କିଶୋର ମଲ୍ଲିକ