ରାଜନୀତିରାଜ୍ୟ

ପଦ୍ମ ଛାଡି ହାତ ଧରିଲେ ମହିଳା ନେତ୍ରୀ ସୋନାଲି ସାହୁ ।

ଭୁବନେଶ୍ବର/୦୪/୦୩ – ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ମିଶିଛନ୍ତି ମହିଳା ନେତ୍ରୀ ସୋନାଲି ସାହୁ। ଆଜି ସେ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ କଂଗ୍ରେସରେ ସାମିଲ ହୋଇଛନ୍ତି ।

ସୋନାଲି, ବିଜେପିକୁ ଦେଇଥିବା  ଇସ୍ତଫାପତ୍ରରେ ଲେଖିଛନ୍ତି, ଗତ ୫ ବର୍ଷ ଧରି ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଭାବରେ ଦଳ ଦେଇଥିବା କାର୍ଯ୍ୟ ସୁଚାରୁ ରୂପେ ତୁଲାଇ ଆସିଛି। କିନ୍ତୁ ୫ ବର୍ଷ ଧରି କାର୍ଯ୍ୟ କରିବା ଭିତରେ ମୋର ଅନୁଭବ ହେଲା ଯେ, ଦଳ ଆଦୌ ମହିଳା ସପକ୍ଷବାଦୀ ନୁହେଁ। ମହିଳାଙ୍କୁ ଅଧିକାର ଦେବାତ ଦୂରର କଥା, ସମ୍ମାନ ଟିକେ ମିଳିବା କଷ୍ଟକର। ଜଣେ ଓଡ଼ିଶାର ମହିଳା ହିସାବରେ ଆଗକୁ ବଢ଼ିବା ପାଇଁ ତଥା ଓଡ଼ିଶାର ମହିଳାଙ୍କ ସ୍ୱର ହେବା ପାଇଁ ନିଷ୍ପତ୍ତି ନେଲି। ଓଡ଼ିଶାବାସୀଙ୍କ ସେବାକୁ ପ୍ରାଥମିକତା ଦେବି ବୋଲି ସେ ନିଜ ଇସ୍ତଫାପତ୍ରରେ ଲେଖିଛନ୍ତି।

ସୋନଲି ସାହୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବା ପରେ ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ପିସିସି ସଭାପତି । ସୋନଲି, କଂଗ୍ରେସରେ ଥିଲେ ଏବଂ ବିଜେପିକୁ ଯାଇଥିଲେ । ସେ ପୁଣି କଂଗ୍ରେସକୁ ଫେରି  ଆସିଛନ୍ତି ବୋଲି କଂଗ୍ରେସ କହିଛି । ‘ରାଜନୈତିକ ଜୀବନର ଏକ ନୂଆ ମୋଡ଼ ନେଇଛି । ପୁନର୍ବାର ମୋ ପରିବାରକୁ ଫେରିଛି । ମୁଁ ଏ ପରିବାରର ସଦସ୍ୟ ଥିଲି, ଅଛି, ରହିବି’ ବୋଲି ସୋନାଲି କହିଛନ୍ତି ।

Show More

Related Articles

Back to top button