
ଯୋଡ଼ା/୦୪/୦୩ – ଯୋଡ଼ାରେ ହୁତୁ ହୁତୁ ହୋଇ ଜଳିଗଲା ବାଇକ୍ ରିପେୟାରିଂ ଗ୍ୟାରେଜ୍ । ଯୋଡ଼ା ମ୍ୟୁନିସିପାଲଟି କାର୍ଯ୍ୟାଳୟ ସମ୍ମୁଖ ପାର୍ଶ୍ଵରେ ଥିବା ଏକ ଗୁମଟି (କ୍ୟାବିନ) ଯେଉଁଥିରେ ବାଇକ୍ ରିପେୟାରିଂ ଗ୍ୟାରେଜ୍ ହୋଇଥିଲା, ସେଥିରେ ଏହି ଅଗ୍ନିକାଣ୍ଡ ଘଟିଛି । କେହି କିଛି ଜାଣିବା ପୂର୍ବରୁ ଗୁମଟିରେ ନିଆଁ ବ୍ୟପିଯାଇ ଧୂ ଧୁ ହୋଇ ଜଳିବାକୁ ଲାଗିଲା, ଯାହାଫଳରେ ଗୁମଟିରେ ଥିବା ତେଲ, ମୋବିଲ ସହ କିଛି ପାର୍ଟସ୍ ଓ ଯନ୍ତ୍ରପାତି ଜଳିଯାଇଥିବା ସୂଚନା ରହିଛି । ତେବେ ଗ୍ୟାରେଜ୍ ଆଜି ବନ୍ଦ ରହିଥିବା ବେଳେ ଏଥିରେ ନିଆଁ ଲାଗିଥିଲା । ଏ ନେଇ ଖବର ପାଇବା ପରେ ଯୋଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।
ଏହି ଗୁମଟି ଗ୍ୟାରେଜର ପଛ ପଟେ କିଛି ଗଛ ରହିଥିବା ବେଳେ, ସେଥିରୁ ଶୁଖିଲା ପତ୍ର ସବୁ ଝଡି ତଳେ ପଡ଼ିଛି । ଅନୁମାନ କରାଯାଉଛି ଯେ, କୌଣସି ପ୍ରକାରେ ପ୍ରଥମେ ଶୁଖିଲା ପତ୍ରରେ ନିଆଁ ଲାଗିବା ପରେ ଏହି ନିଆଁ ଗ୍ୟରେଜକୁ ମାଡିଯାଇ ସେଥିରେ ଅଗ୍ନିକାଣ୍ଡ ଘଟିଥିଲା ।