
ପାଟଣା/୦୩/୦୪ – କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ମାତିଛି ଗୋଠଛଡ଼ା ଦନ୍ତା । ଗତ ବିଳମ୍ବିତ ରାତିରେ ଏହି ଦନ୍ତା, କରଞ୍ଜିଆ ରେଞ୍ଜରୁ ଆସି ସାହାରପଡା ସେକ୍ସନ ମାଛଗଡ଼ ବିଟ୍ ଅଞ୍ଚଳରେ ପଶି ୨ ବଖରା ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଛି । ହରିଡାଗୋଠର ହେମଲତା ମୁଣ୍ଡା ଏବଂ ଖଡିକାପଦା ଗ୍ରାମର ଭଜ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଛି ହାତୀ। ପରିବାର ଲୋକେ ଘରେ ଶୋଇଥିବା ବେଳେ ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣା ସ୍ଥଳରେ ବନ ବିଭାଗ ପହଁଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀର ଗତିବିଧି ଉପରେ ନଜର ରଖିଛି।