
ଅନୁଗୋଳରେ ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ।
ଅନୁଗୋଳ/୦୩/୦୪ – ଅନୁଗୋଳ ବଅଁରପାଳ ବ୍ଲକ୍ ତଳମୂଳ ପାଟଣା ସାହିରେ ଅଘଟଣ, ଗ୍ୟାସ୍ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୫ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ, ସର୍ବେଶ୍ଵର ସାହୁ, ତାଙ୍କ ସ୍ତ୍ରୀ ସୁମିତ୍ରା ସାହୁ, ପୁଅ ବାବୁଲା ସାହୁ, ବୋହୂ ତପସ୍ଵିନୀ ସାହୁ ଓ ନା ବାଳକ ରଞ୍ଜିତ ସାହୁ । ଏମାନଙ୍କୁ ପଡିଶା ଲୋକ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏମାନଙ୍କ ଶରୀରର ୪୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିବା ଡାକ୍ତଖା ସୂଚନା ଦେଇଛନ୍ତି ।
ଖବର ଅନୁସାରେ, ସ୍ଥାନୀୟ ଅଂଚଳର ସର୍ବେଶ୍ୱର ସାହୁଙ୍କ ଘରେ ରୋଷେଇ ହେଉଥିବା ବେଳେ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ସେଥିରେ ନିଆଁ ଲାଗିଯାଇଥିଲା ଏହା ଜାଣିବା ମାତ୍ରେ ପୁଅ ବାବୁଲା ଡାକିଥିଲେ ଗ୍ୟାସ୍ ଟାଙ୍କିଟିକୁ ଘର ବାହାରକୁ ଫିଙ୍ଗିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସିଲିଣ୍ଡରଟି ଘର ଭିତରେ ରହିଯାଇଥିଲା ଏବଂ ଫାଟି ଯାଇ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା କାରଣରୁ ଘରର ସମସ୍ତ ୫ ଜଣ ଗୁରୁତର ଆହତ ହୋଇଥିଲେ ।