ରାଜ୍ୟ

କେନ୍ଦୁଝର ଜିଲ୍ଲାର ଗର୍ବ ଗୌରବ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ।

କେନ୍ଦୁଝର/୦୨/୦୪ – ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଛି । ତାଙ୍କୁ ପ୍ରଥମେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ଓ ପରେ ଭୁବନେଶ୍ବରର ଏକ ଘୋରଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭିତରେ ଗତିକରୁଥିଲେ ଏବଂ ସେ ନିୟମିତ ଔଷଧ ସେବନ କରୁଥିଲେ। ସୋମବାର ହଠାତ୍ ତାଙ୍କ ଦେହ ଅଧିକ ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା, କିନ୍ତୁ ପରେ ତାଙ୍କୁ ସ୍ଥାନାନ୍ତର କରାଯାଇଛି ।

କାଠି କଣ୍ଢେଇ ନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ମାଗୁଣି ଚରଣ କୁଅଁର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗତବର୍ଷ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ।

Show More

Related Articles

Back to top button