କେନ୍ଦୁଝରଜିଲ୍ଲା

ହମ୍ପସରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ୩ଗୁରୁତର ।

ଯୋଡା/୦୨/୦୪ – କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦାରେ ଏକ ବାଇକ୍ ହମ୍ପସରେ ନିୟନ୍ତ୍ରଣ  ହରାଇବା ଫଳରେ ଦୁର୍ଘଟଣା ଗ୍ରସ୍ତ ହୋଇ ୩ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ବାଇକ୍ ନଂ ଓ ଡି ୦୯ ଭି ୪୧୨୩ ଯୋଗେ ୩ଜଣ ରିମୁଳି ପଟୁ ୫୨୦ ନଂ ଜାତୀୟ ରାଜପଥରେ ଯୋଡା ଅଭିମୁଖେ ଆସୁଥିଲେ । ଏହି ସମୟରେ ବିଲେଇପଦାରେ ନୂତନ ଭାବେ ନିର୍ମିତ ହୋଇଥିବା ହମ୍ପସରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ, ଯାହାଫଳରେ ବାଇକରେ ବସିଥିବା ବଡ଼ବିଲ ମାଟକାମବେଡ଼ା ଅଞ୍ଚଳର ରୋହିତ ଗୋପ, ପ୍ରଭାକର ଗୋପ ଓ ପର୍ଶଳା ଅଞ୍ଚଳର ପଞ୍ଚାନନ ଗୋପ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରଭାକର ଗୋପ ଓ ପଞ୍ଚାନନ ଗୋପଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯିବ ବୋଲି ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭିଜିତ ଦୀକ୍ଷିତ ସୂଚନା ଦେଇଛନ୍ତି ।

Show More

Related Articles

Back to top button