କେନ୍ଦୁଝରଜିଲ୍ଲା

ବାବା ଶମ୍ଭୁନାଥ ମହାଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ ।

ଚମ୍ପୁଆ/୦୧/୦୪ – ଚମ୍ପୁଆ ବ୍ଲକ ଅନ୍ତର୍ଗତ ସାନନଈ ଗ୍ରାମରେ ଆଜି ବାବା ଶମ୍ଭୁନାଥ ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଭୂମି ପୂଜନ କାର୍ଯ୍ୟକ୍ରମ ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି ।ସାନନଈ ଗ୍ରାମର ବାବା ଶମ୍ଭୁନାଥ ଯୁବକ ସଂଘ ଦ୍ୱାରା ଆୟୋଜିତ ଏହି ଭୂମି ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଦିନବନ୍ଧୁ ପତି ରୀତିନୀତି ଅନୁଯାୟୀ ଯଜ୍ଞାଦି ପୂଜାବିଧି ସମ୍ପୂର୍ଣ୍ଣ କରିଥିଲେ। କାର୍ଯ୍ୟକ୍ରମକୁ ସଂଘ ସଦସ୍ୟ ରାମେଶ୍ୱର ପ୍ରଧାନ, ହେମନ୍ତ ଗିରି, ଅମରେନ୍ଦ୍ର ଗିରି ପରିଚାଳନା କରିଥିବାବେଳେ, ସଂବିତ ମହାନ୍ତ, ସତ୍ୟରଞ୍ଜନ ପ୍ରଧାନ, ତାପସ ପ୍ରଧାନ, ସମୀର ପ୍ରଧାନ, ଦୀପକ ଦାସ, ଅଶୋକ ଗିରି, ଖେଦନ ମହାନ୍ତ, ସୁଧନ୍ଵା ପ୍ରଧାନ, ମକୁରୁ ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଏହି ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଗ୍ରାମ ତଥା ଆଖପାଖ ଗ୍ରାମରୁ  ଶତାଧିକ ପୁରୁଷ, ମହିଳା ସାମିଲ ହୋଇଥିବା ବେଳେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Show More

Related Articles

Back to top button