ରାଜନୀତି

ପଦ୍ମ ଧରିଲେ ସାଂସଦ ଅନୁଭବ ମହାନ୍ତି ।

ନୂଆଦିଲ୍ଲୀ/୦୧/୦୪ – ଶଙ୍ଖ ଛାଡିବା ପରେ ପଦ୍ମ ଧରିଛନ୍ତି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଆଜି ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସେ ବିଦ୍ଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେଇଛନ୍ତି। ଅନୁଭବ, ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ଅନୁଭବ। ଅନୁଭବ ପାରିବାରିକ ବିବାଦ ଭିତରେ ଛନ୍ଦି ହୋଇ ରହିଥିବାବେଳେ, ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦେଇଥିଲା ବିଜେଡି । ତେବେ ବିଜେପିରେ ମିଶିବା ପରେ ଅନୁଭବଙ୍କୁ ଦଳ କେଉଁଠାରୁ ପ୍ରାର୍ଥୀ କରିବ ତାହା ବିଜେପିର ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପରେ ସ୍ପଷ୍ଟ ହେବ ।

Show More

Related Articles

Back to top button