କେନ୍ଦୁଝରଜିଲ୍ଲା

ସାରା ରାଜ୍ୟରେ ପାଳନ ହେଉଛି ଉତ୍କଳ ଦିବସ । ଯୋଡା, ବଡବିଲରେ ବି ଆନନ୍ଦ ଉଦ୍ଦିପନ୍ନାରେ ପାଳିତ ହେଲା ଓଡ଼ିଶା ଦିବସ ।

ବିଭିନ୍ନ ସାଂସ୍କୃତିକ ମେଢ଼ ନୃତ୍ୟର ସହର ପରିକ୍ରମା ।

ବ୍ୟୁରୋ/୦୧/୦୪ – ଓଡ଼ିଶା ହେଉଛି ଭାରତର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବରେ ମାନ୍ୟତା ପାଇଥିଲା ଓଡ଼ିଶା ପ୍ରଦେଶ । ତେଣୁ ଏହି ଦିନକୁ ସମଗ୍ର ରାଜ୍ୟରେ ଉତ୍କଳ ଦିବସ ବା ଓଡ଼ିଶା ଦିବସ ଭାବେ ପାଳନ କରାଯାଇଥାଏ । ରାଜ୍ୟ ତମାମ୍ ଆଜି ଉତ୍କଳ ଦିବସକୁ ବେଶ୍ ଧୁମଧାମରେ ପାଳନ କରାଯାଉଛି । ଏହି ମର୍ମରେ ଗାଁ ଠାରୁ ସହର ସବୁଠି, ଉତ୍କଳ ଦିବସକୁ ଭାବପ୍ରବଣତା ସହ ପାଳନ କରୁଛନ୍ତି କୋଟି ଓଡ଼ିଆ । ଉତ୍ସବ ମୁଖରିତ ହୋଇଉଠିଛି ପୁରା ରାଜ୍ୟ ।

ଖଣି ତଥା ଉପାନ୍ତ ସହର ଯୋଡା ଏବଂ ବଡ଼ବିଲରେ ମଧ୍ଯ ଉତ୍କଳ ଦିବସକୁ ଉତ୍ସାହ ସହକାରେ ପାଳନ କରାଯାଉଛି । ପ୍ରତ୍ୟୁଷରେ ଉତ୍କଳର ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଉତ୍କଳ ଦିବସ ସମାରୋହ ସେବା ଟ୍ରଷ୍ଟ, ଯୋଡ଼ା ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି ।

ଉତ୍କଳୀୟ ପରମ୍ପରା ଓ ସଂସ୍କୃତି ବହନ କରୁଥିବା ବିଭିନ୍ନ ପ୍ରକାର ସଂକ୍ସୃତିକ ମେଢ଼ ନୃତ୍ୟ, ପାରମ୍ପାରିକ ଆଦିବାସୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଘୋଡ଼ା ନାଚ, ବିଭିନ୍ନ ବାଦ୍ୟକୁ ନେଇ ଏକ ଶୋଭାଯାତ୍ରା ଯୋଡ଼ା ସହର ପରିକ୍ରମା କରିଥିଲା । ଏଥି ସହ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଦେଶାତ୍ମ ବୋଧକ ଗୁଞ୍ଜରଣ ସୃଷ୍ଟି କରିଥିଲା। ସନ୍ଧ୍ୟାରେ ସନ୍ଧ୍ୟାରେ କେନ୍ଦ୍ରୀୟ ଖେଳ ପଡିଆରେ ସ୍ଵତନ୍ତ୍ର ସଭା ସହ ନୃତ୍ୟ ସଙ୍ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ସେବାକୁ ଧାର୍ଯ୍ୟ ହୋଇଛି ।ଏଥିରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ସଙ୍ଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି।

ଉତ୍କଳ ଦିବସ ସମାରୋହ ସେବା ଟ୍ରଷ୍ଟର ସଭାପତି ସିଦ୍ଧାର୍ଥ ସାରଥୀ କର, ସମ୍ପାଦକ ବେଣୁଧର ବେହେରା, ଯୁଗ୍ମ ସମ୍ପାଦକ ଅମରଦୀପ କେଜିରୱାଲ, ସରୋଜ କୁମାର ସାହୁ, ଦୀପକ ମହାପାତ୍ର, କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ, ପ୍ରକାଶ ମହାନ୍ତି, ଦୁର୍ଗା ପ୍ରସାଦ ମହାନ୍ତି, ମନୀନ୍ଦ୍ର ସୁନ୍ଦର ବାରିକ, ସଞ୍ଜିତ ବାରିକ, ଚର୍ଚ୍ଚିଲ ମହାକୁଡ, ପବିତ୍ର ଦାସ, ନିରଞ୍ଜନ ବହିଦାର, ଦିଗାମ୍ବର ବେହେରାଙ୍କ ସହ ଅନ୍ୟ ସଦସ୍ୟବ୍ରୁନ୍ଦ, ଉତ୍ସବକୁ ସଫଳ କରିବା ପାଇଁ ଆୟୋଜନରେ ସହ ଯୋଗ କରିଛନ୍ତି ।

ସେହିପରି ବଡବିଲ ଐକ୍ୟ କ୍ଷେତ୍ର ଠାରେ ଆୟୋଜିତ ସମାରୋହରେ ସ୍ଥାନୀୟ ବୁଦ୍ଧିଜୀବୀ, ସମାଜସେବୀ ଓ ବିଶିଷ୍ଟ  ବ୍ୟକ୍ତିମାନେ ଏକତ୍ରିତ ହୋଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ୍ କରିବା ସହ ଓଡ଼ିଶାର ବରପୂତ ମାନଙ୍କର ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଆୟୋଜିତ ସଭାରେ ନୀଳାଦ୍ରି ଅନୁଷ୍ଠାନର ମୁଖ୍ୟ ଟ୍ରଷ୍ଟି ରାଜକିଶୋର ଦାସ, ବଡବିଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ବନମାଳୀ ଜେନା, ବଡ଼ବିଲ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପକ ଡ. ଅସୀତ୍ ପ୍ରଧାନ, ବିଶିଷ୍ଟ ବ୍ୟକ୍ତି ପ୍ରଦୀପ ଠକ୍କର ଅତିଥି ଭାବରେ ଯୋଗଦେଇଥିଲେ ।

ଓଡ଼ିଶା ଇତିହାସ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ । ଓଡ଼ିଆ ଭାଷା, ସଂସ୍କୃତି, ପରମ୍ପରା, କଳା ସ୍ଥାପତ୍ୟ ସବୁଠାରୁ ମହାନ୍ ବୋଲି କହିବା ସହ ରାଜ୍ୟର ପ୍ରତ୍ୟେକ ନାଗରିକ ନିଜ ଭାଷା ସଂସ୍କୃତିକୁ ସମ୍ମାନ ଦେବା ସହ ଓଡ଼ିଆ ଅସ୍ମିତାର ଟେକ ରଖିବା ଉଚିତ୍ ବୋଲି ଉପସ୍ଥିତ ଅତିଥମାନେ ବକ୍ତବ୍ୟ ରଖିଥିଲେ । ସମାଜସେବୀ ବିଜୟ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦାନ କରିଥିଲେ ।

Show More

Related Articles

Back to top button