ଅପରାଧ

ଯୋଡ଼ା ଏଲଆଇସି ଅଫିସରୁ ଚୋରି ଉଦ୍ୟମ ବିଫଳ ।ସିସିଟିଭିରେ କଏଦ ହେଲା ଘଟଣା ସମୟର ଦୃଶ୍ୟ ।

ଯୋଡ଼ା,୩୦/୩ – କେନ୍ଦୁଝର ଜିଲ୍ଲା ଯୋଡ଼ା ସ୍ଥିତ  ଭାରତୀୟ ଜୀବନ ବୀମା ନିଗମ (LIC) ଶାଖାରୁ  ଚୋରି ଉଦ୍ୟମ ହୋଇଛି । ଶୁକ୍ରବାର ରାତିରେ ଚୋରି ଉଦ୍ୟମ କରି ବିଫଳ ହୋଇଛନ୍ତି ଦୃବୃର୍ତ୍ତ । ଶନିବାର ସକାଳେ ଶାଖା ପରିଚାଳକ ଅଫିସ କୋଲିବା ବେଳେ ଏନେଇ ଜାଣିବାକୁ ପାଇଥିଲେ । ଅଫିସର ମୁଖ୍ୟ ଦ୍ଵାର ଭଙ୍ଗାଯାଇଥିବା ଦେଖିବା ପରେ ସେ ଯୋଡ଼ା ପୋଲିସକୁ ଜଣାଇଥିଲେ । ପ୍ରାଥମିକ ତଦନ୍ତରୁ କୌଣସି ଚୋରି ହୋଇ ନ ଥିବା ଶାଖା ପରିଚାଳକ ସୂଚନା ଦେଇଥିଲା ବେଳେ, ଚୋରି ଉଦ୍ୟମ ବେଳର ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ରେ ଏହି ଘଟଣା ଘଟିଥିଲା ।

ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ିଛି, ଏଲଆଇସି ଅଫିସ ସମ୍ମୁଖ ଭାଗରେ ଥିବା ସ୍କାଏଲାଇଟ୍ ତାଡ଼ି ଦୃବୃର୍ତ୍ତ  କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିଥିଲେ ।  ସିସିଟିଭି ଫୁଟେଜରୁ ଯାହା ଜଣାପଡ଼ୁଛି ଦୁଇଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି କାର୍ଯ୍ୟାଳୟ ଭିତରେ ଥିବା ଏଜେଣ୍ଟ ଅଫିସ ରୁମ୍ କବାଟକୁ ତାଡ଼ି ଭିତରେ ପଶିଥିଲେ । ଅଫିସ କାଗଜପତ୍ର ଓ ଭାଉଚ୍ଚର୍ ଗୁଡ଼ିକୁ ଏଣେ ତେଣେ ଫୋପାଡିବା ସହିତ ୩ଟି ସିସିଟିଭି କ୍ୟାମେରା ଭାଙ୍ଗି ଦେଇଥିଲେ। ତେବେ କ୍ୟାସ୍ କାଉଣ୍ଟରରୁ ଚୋରି ଉଦ୍ୟମ କରିଥିଲେ ବି ସେମାନେ ସଫଳ ହୋଇପାରିନଥିଲେ ।

ଏନେଇ ଶନିବାର ଏଲଆଇସି ଯୋଡ଼ା ଶାଖା ମ୍ୟାନେଜର ମନୋରଞ୍ଜନ ପାଲଟାସିଂହ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଯୋଡ଼ା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।  

Show More

Related Articles

Back to top button