
ରାଜନୀତି
ଓଡ଼ିଶା ପାଇଁ ବାକି ୩ ଲୋକସଭା ପ୍ରାର୍ଥୀ ଘୋଷଣା କଲା ବିଜେପି।
ଭୁବନେଶ୍ୱର/୩୦/୦୩ – ବିଜେପି ପୂର୍ବରୁ ୧୮ଟି ଲୋକସଭା ଆସନରେ ନିଜର ପ୍ରାର୍ଥୀ ଘୋଷଣା କରିଥିଲା ବେଳେ, ଆଜି ଆଉ ବାକି ଥିବା ୩ ଟି ଲୋକସଭା ସଂସଦୀୟ କ୍ଷେତ୍ର, ଯାଜପୁର, କଟକ ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି ।
କଟକରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଭର୍ତ୍ତୃହରି ମହତାବ। ଯାଜପୁରରୁ ରବୀନ୍ଦ୍ର ନାରାୟଣ ବେହେରା ଏବଂ କନ୍ଧମାଳରୁ ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ଲୋକସଭା ପ୍ରାର୍ଥୀ ଭାବରେ ଘୋଷଣା କରିଛି ବିଜେପି ।
ପ୍ରାର୍ଥୀ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଭର୍ତ୍ତୃହରି । ଏଥର ରେକର୍ଡ ସଂଖ୍ୟକ ମାର୍ଜିନରେ ବିଜୟ ହେବ ବୋଲି ସେ କହିଛନ୍ତି ।