
ସଭାପତି ଭାବେ ଗଗନ ବିହାରୀ ଭଟ୍ଟମିଶ୍ର ଓ ସମ୍ପାଦକ ଭାବେ ପ୍ରଦୀପ କୁମାର ମହାନ୍ତି ନିର୍ବାଚିତ ।
ବଡ଼ବିଲ/୩୦/୦୩ – ଶନିବାର, ରାଜ୍ୟର ବିଭିନ୍ନ ସ୍ଥାନରେ ଓକିଲ ସଂଘ ଗୁଡ଼ିକର କର୍ମକର୍ତ୍ତା ନିର୍ବାଚନ ହୋଇଥିଲାବେଳେ, କେନ୍ଦୁଝର ଜିଲା ବଡବିଲ ବାର୍ ଆସୋସିଏସନର ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଚଳିତ ବର୍ଷ ନିର୍ବାଚନରେ ୧୦୦ ପ୍ରତିଶତ ମତଦାନ ହୋଇଛି । ମତଦାନ ପରେ ଫକାଫଳ ପ୍ରକାଶ ପାଇଛି । ପ୍ରକାଶ ଯେ, କେବଳ ସମ୍ପାଦକ ପଦବୀ ପାଇଁ ପ୍ରତିଦ୍ବନ୍ଦିତା ହୋଇଥିଲାବେଳେ ଅନ୍ୟ ସମସ୍ତ ପଦବୀରେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି।
ଗଗନ ବିହାରୀ ଭଟ୍ଟ ମିଶ୍ର ଓକିଲ ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିଲା ବେଳେ, ସମ୍ପାଦକ ଭାବେ ପ୍ରଦୀପ କୁମାର ମହାନ୍ତି ବିଜୟୀ ହୋଇଛନ୍ତି । ପ୍ରଦୀପ ନିଜର ନିକଟତମ ପ୍ରତିଦ୍ବନ୍ଦୀ ଅକ୍ଷୟ କୁମାର ଧୀରଙ୍କୁ ୧୯ ଖଣ୍ଡ ଭୋଟରେ ହରାଇ ବାଜିମାତ୍ କରିଛନ୍ତି ।
ସେହିପରି ଉପ ସଭାପତି ଭାବେ ଧୀରେନ୍ଦ୍ର କୁମାର ଦଳାଇ, ଯୁଗ୍ମ ସମ୍ପାଦକ ଭାବେ ହରିଶ ଚନ୍ଦ୍ର ବାରି ଓ କୋଷାଧ୍ୟକ୍ଷ ଭାବେ ମିହିର କୁମାର ନାମତୋଆର ନିର୍ବାଚିତ ହୋଇଛନ୍ତି ।