ରାଜନୀତି

ନିର୍ବାଚନ ୠତୁରେ ଚାଲିଛି ନେତାଙ୍କ ଦଳ ଡିଆଁ ।

ଭୁବନେଶ୍ୱର/୩୦/୦୩ – ନିର୍ବାଚନ ୠତୁରେ ଚାଲିଛି ନେତାଙ୍କ ଦଳ ଡିଆଁ । ସୁବିଧା ଉଣ୍ଡି ନେତାଏ ଇସ୍ତଫା ଦେଉଛନ୍ତି, ଆଉ ଲମ୍ବ ଡିଆଁ ମାରୁଛନ୍ତି । ସତେ ଯେମିତି ପ୍ରତିଯୋଗିତା ଚାଲିଛି । ନେତା, ବିଧାୟକ, ସାଂସଦ କେହିବି ବାଦ୍ ପଡୁନାହାନ୍ତି ।

ଏହି କ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ୨୦୧୪ରେ ବିଜେଡିରୁ ନିର୍ବାଚନ ଲଢି ଜିତିଥିବା ବେଳେ, ୨୦୧୯ ନିର୍ବାଚନରେ ବିଜେଡିରୁ ଟିକେଟ ନପାଇ ବିଜେପିରେ ସାମିଲ ହୋଇଥିଲେ। ୨୦୧୯ରେ ବିଜେପି ଟିକେଟରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସୁକାନ୍ତ, ବିଜେଡିକୁ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ହେଉଛି।

ଅନ୍ୟପଟେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି । ଆଜି ସକାଳେ ନିଜ ସମର୍ଥକଙ୍କ ସହ ବିଜେପି କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ଯୋଗଦେଇଛନ୍ତି। ବିଜେଡିରୁ ତାଙ୍କୁ ଅଣଦେଖା କରିବା ସହ ବାରମ୍ବାର ଅବହେଳା କରାଯାଉଥିବାରୁ ବାଧ୍ୟ ହୋଇ ଦଳ ଛାଡିଥିବା କହିଛନ୍ତି ପ୍ରିୟଦର୍ଶୀ।

ସେହିଁପରି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଓଲିଉଡ୍‌‌ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି।

ବଲିଉଡ୍ ଅଭିନେତା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସନାୟକ ମଧ୍ୟ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି ଆଜି ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ଆକାଶ । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ କୋରେଇରେ ବିଧାୟକ ଥିଲେ ଆକାଶ ଦାସନାୟକ। ୨୦୧୯ରେ ବିଜେଡି ତାଙ୍କୁ ଟିକେଟ ଦେଇ ନଥିଲା ।

କଂଗ୍ରେସକୁ ମଧ୍ୟ ଶକ୍ତ ଝଟକା ଲାଗିଛି । ହେଭି ୱେଟ୍ ଦଳ ଛାଡିବା କଂଗ୍ରେସର ସ୍ଥିତି ଆହୁରି ନିମ୍ନଗାମୀ ହେଉଛି ବୋଲି ଆଲୋଚନା ହେଉଛି । ଆଜି ହାତ ଛାଡ଼ି ଶଙ୍ଖ ଫୁଙ୍କି ଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ କେ.ସୂର୍ଯ୍ୟ ରାଓ। ନିଜ ସମର୍ଥକଙ୍କ ସହ ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେ କଂଗ୍ରେସ ଟିକଟରୁ ୨୦୧୪ରୁ ୨୦୧୯ ଯାଏଁ ପାରଳାଖେମୁଣ୍ଡିରୁ ବିଧାୟକ ହୋଇଥିଲେ ସୂର୍ଯ୍ୟ।

ସେହିଁପରି କଂଗ୍ରେସର ବରିଷ୍ଠ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦକ ଛାଡ଼ିବା ନେଇ ଖବର ଆସିଛି । ପିସିସି ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି ଚିରଞ୍ଜୀବ। ୨୦୧୪ରେ ସେ ନିର୍ବାଚନ ଜିତି ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ । ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳରେ ରହିବା ସହ ବିଧାନସଭାରେ ବିରୋଧୀ ଦଳର ଉପନେତା ମଧ୍ୟ ରହିଥିଲେ । ଆଗାମି ଦିନରେ ସେ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇନାହିଁ ।

Show More

Related Articles

Back to top button