କେନ୍ଦୁଝରଜିଲ୍ଲା

ବୈତରଣୀ ନଦୀରେ ଭାସୁଥିଲା ନିଖୋଜ ଯୁବକଙ୍କ ମୃତଦେହ । ଗାଧେଇବାକୁ ଯାଇ ଭାସି ଯାଇଥିଲେ ଯୁବକ ।

ପାଟଣା/୨୯/୦୩ – କେନ୍ଦୁଝର ଜିଲ୍ଲା ପାଟଣା ଥାନା  ଡାଳପକା ବୈତରଣୀ ନଦୀର ଘୁର୍ଣ୍ଣି ଘାଟରୁ ଭାସୁଥିବା ଅବସ୍ଥାରେ  ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ, ଡାଳପକା ଗ୍ରାମର ଦୋଳଗୋବିନ୍ଦ ମୁଣ୍ଡା । ସେ ଗତ ବୁଧବାର ନଦୀକୁ ଗାଧେଇବାକୁ ଯାଇ ନଦୀ ସ୍ରୋତରେ ଭାସି ଯାଇ ନିଖୋଜଥିଲେ । ଆଜି କିଛି ଲୋକ ନଦୀରେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ଓ  ଅଗ୍ନିଶମ ବାହିନୀ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ । ଏସଂକ୍ରାନ୍ତରେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇଛନ୍ତି ।

Show More

ସମ୍ବନ୍ଧୀୟ ଖବର

Back to top button