
ଅପରାଧ
କେନ୍ଦୁଝରରେ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିନେଲେ ଦୃବୃର୍ତ୍ତ ।
କେନ୍ଦୁଝର/୨୯/୦୩ – କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ୍ । ଗତ ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଆଜି ସକାଳେ ମନ୍ଦିର ପୂଜାରୀ ପୂଜା କରିବାକୁ ଆସିଥିବା ବେଳେ ହୁଣ୍ଡି ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଭକ୍ତଙ୍କୁ ଜଣାଇବା ପରେ ଲୋକେ ପୋଲିସକୁ ଖବର ଦେଇଥିଲେ । ଦୃବୃର୍ତ୍ତ, ହୁଣ୍ଡି ଭାଙ୍ଗି ସେଥିରେ ଥିବା ସବୁ ଟଙ୍କା ନେଇ ଯାଇଥିବାବେଳେ କିଛି ପୁରୁଣା ଏଵଂ ଖୁଚୁରା ପଇସା ସେଠାରେ ଫିଙ୍ଗି ଦେଇଯାଇଛନ୍ତି । ଏଥି ସହ ମନ୍ଦିରର ଅନ୍ୟାନ୍ୟ କିଛି ସାମଗ୍ରୀ ମଧ୍ୟ ନେଇଯାଇଥିବା ଜଣାପଡ଼ିଛି । ଗତ ରଥଯାତ୍ରା ପରଠୁ ମନ୍ଦିର ହୁଣ୍ଡିଖୋଲା ଯାଇନଥିଲା । ତେଣୁ ହୁଣ୍ଡିରେ ଲକ୍ଷାଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି ।