
ୟୁପିର ମାଫିଆ ଡନ୍ ମୁଖତାର ଅନସାରୀଙ୍କ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ, ବାନ୍ଦା ମେଡିକାଲରେ ମୃତ୍ୟୁ। ୟୁପିରେ ହାଇ ଆଲର୍ଟ ।
ନୂଆଦିଲ୍ଲୀ/୨୮/୦୩ – ଉତ୍ତରପ୍ରଦେଶରୁ ବଡ଼ ଖବର ଆସୁଛି । ୟୁପିର ମାଫିଆ ଡନ୍ ମୁଖତାର ଅନସାରୀଙ୍କ ମୃତ୍ୟୁ ଘଟିଛି । ହୃଦଘାତ ଯୋଗୁଁ ମୁଖାର୍ ଅନସାରୀଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି । ଗତ ଷୋମବାର ମୁଖତାର ଅନସାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଇସିୟୁରେ ଭର୍ତ୍ତି କରି ଚିକିତ୍ସା କରାଯିବା ପରେ ତାଙ୍କୁ ପୁନର୍ବାର ଜେଲକୁ ନିଆ ଯାଇଥିଲା । ତେବେ ଗୁରୁବାର ସନ୍ଧ୍ୟାରେ ବାନ୍ଦା ଜେଲରେ ମୁଖତର ଅନସାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡ଼ି ଯାଇଥିଲା। କୁହାଯାଉଛି, ଜେଲ୍ ବ୍ୟାରେକରେ ଚେତାଶୂନ୍ୟ ହୋଇପଡିଥିଲେ ମୁଖତାର। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବାନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ମୁଖତାର ଅନସାରୀଙ୍କ ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ହୃଦଘାତ ଯୋଗୁଁ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।
ମାଫିଆ ଡନ୍ ମୁଖତାର ଅନସାରୀଙ୍କ ମୃତ୍ୟୁ ଖବର ଆସିବା ପରେ ୟୁପିରେ ହାଇ ଆଲର୍ଟ । ସ୍ଥିତି କିପରି ନ ବିଗିଡ଼ିବ ସେଥିପାଇଁ ପୋଲିସ୍ ପ୍ରଶାସନ ସତର୍କ ରହିଛି। ମଉ, ବାନ୍ଦା ଏବଂ ଗାଜିପୁରରେ ଧାରା ୧୪୪ ଲାଗୁ କରାଯିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁରା ୟୁପିରେ ସୁରକ୍ଷା ବଢାଇବା ସହ ପାଟ୍ରୋଲିଂ ବୃଦ୍ଧି କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ଫ୍ଲାଗ୍ ମାର୍ଚ କରାଯାଇଛି । ଡିଏମ, ଏସପି ସମେତ ସୁରକ୍ଷା ବାହିନୀକୁ ମେଡିକାଲ କଲେଜକୁ ଡକାଯାଇଛି। ଏଥିସହ ସଜାଗ ରହିବାକୁ ଡିଜିପି ମୁଖ୍ୟାଳୟ ଦ୍ୱାରା ନିର୍ଦ୍ଦେଶ ଦିଆଯାଇଛି।