
ପାଟଣା/୨୮/୦୩ – ବଣ ମହୁଲଡିହା ଦଲକୀ ଘାଟ ବୈତରଣୀ ନଦୀରେ ଭାସିଯାଇ ନାବାଳକ ନିଖୋଜ ଘଟଣାର ୫୨ ଘଣ୍ଟା ପରେ ମୃତଦେହ ଉଦ୍ଧାର । ଦଲକୀ ଘାଟ ଠାରୁ କିଛି ଦୂରତାରେ ନାବାଳକର ମୃତଦେହ ମିଳିଛି । ଗତ ମଙ୍ଗଳବାର, ନାବାଳକ ଭୀମ ମାଝୀ ସାଙ୍ଗ ମାନଙ୍କ ସହ ହୋଲି ଖେଳିସାରି ବୈତରଣୀ ନଦୀରେ ଗାଧୋଉଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ଥିଲେ ।