
ଯୋଡ଼ା ରାଜ୍ ଫେଶନରେ ଜି ଏସ୍ ଟି ରେଡ୍ । ଟ୍ୟାକ୍ସ ଫାଙ୍କିବା ଅଭିଯୋଗରେ ଚାଲିଛି ଚଢାଉ ।
ଯୋଡ଼ା/୨୮/୦୩ – କେନ୍ଦୁଝର ଯୋଡ଼ାରେ ଜି ଏସ୍ ଟି ରେଡ୍ । ଆଜି ସନ୍ଧ୍ୟାରେ ଯୋଡା ବସଷ୍ଟାଣ୍ଡ ସ୍ଥିତ ରାଜ୍ ଫେଶନ ଶୋ’ ରୁମରେ ଜିଏସଟି ଚଢ଼ାଉ କରିଛି । ଜି ଏସ୍ ଟି ଫାଙ୍କିବା ଅଭିଯୋଗରେ ଏହି ଚଢାଉ କରା ଯାଇଛି । ସିଟି ଏଣ୍ଡ ଜି ଏସ୍ ଟି ଏନାଫୋର୍ସମେଣ୍ଟ ୟୁନିଟ୍ ବଡ଼ବିଲର ଅଧିକାରୀମାନେ ଏହି ରେଡରେ ସାମିଲ ହୋଇଛନ୍ତି । ସେପଟେ ରାଜ୍ ଫେଶନର ମୟୂରଭଞ୍ଜ ଜିଲ୍ଲା, ବହଳଦା ସ୍ଥିତ ଶୋ’ ରୁମରେ ମଧ୍ୟ ଏକା ସାଙ୍ଗରେ ଚଢ଼ାଉ ହୋଇଥିବା ସୂଚନା ରହିଛି ।
କ୍ରୟ ବିକ୍ରୟ ସଂପର୍କୀତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ଡାଟା ଆଦିକୁ ଯାଞ୍ଚ କରୁଛନ୍ତି ଟିମ୍ । ଏଥିସହ ଷ୍ଟକ୍ ରେକର୍ଡ ମଧ୍ୟ ଯାଞ୍ଚ କରାଯାଉଛି । କିଣା ବିକା ଓ ଜି ଏସ୍ ଟି ରିତର୍ଣ୍ଣ ସଂପର୍କୀତ ବିଭିନ୍ନ ରେକର୍ଡ ଶୋ’ ରୁମ୍ ପରିଚାଳକଙ୍କୁ ମାଗିଛନ୍ତି ଜି ଏସ୍ ଟି ଅଧିକାରୀ । ଯୋଡ଼ା ସହରରେ ଥିବା ରାଜ୍ ଫେଶନ ରେଡିମେଡ୍ ଗାର୍ମେଣ୍ଟସର ସବୁଠାରୁ ବଡ ଶୋ’ ରୁମ୍ । ଏହି ଚଢ଼ାଉରେ ୮/୧୦ ଜି ଏସ୍ ଟି ଅଧିକାରୀ, ସୁରକ୍ଷା କର୍ମୀଙ୍କ ସହ ଚଢ଼ାଉ ଜାରୀ ରଖିଛନ୍ତି । ତେବେ ଜି ଏସ୍ ଟି ଚଢ଼ାଉ ରେ କ’ଣ ସବୁ ତଥ୍ୟ ମିଳିଛି ସେନେଇ କୌଣସି ସୂଚନା ଦେଇନାହାନ୍ତି ଅଧିକାରୀ । ରେଡ୍ ସରିବା ପରେ ତଥ୍ୟ ପଦାକୁ ଆସିବ ବୋଲି ଆଶା କରାଯାଉଛି ।
