ଦେଶ

ନିର୍ବାଚନ ପୂର୍ବରୁ ମନରେଗା ଶ୍ରମିକଙ୍କ ମଜୁରୀ ବଢ଼ାଇଲେ କେନ୍ଦ୍ର ସରକାର ।

ନୂଆଦିଲ୍ଲୀ/୨୮/୦୩ – ନିର୍ବାଚନ ପୂର୍ବରୁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଶ୍ରମିକଙ୍କ ମଜୁରୀ ବଢ଼ିଲା। ଏହି ଯୋଜନା ଅଧୀନରେ କାମ କରୁଥିବା ସମସ୍ତ ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଅଧିନିୟମ ଅନୁଯାୟୀ ଅଣକୁଶଳୀ ମାନୁଆଲ କର୍ମଚାରୀଙ୍କୁ ଦିଆଯାଉଥିବା ମଜୁରୀ ହାରରେ କେନ୍ଦ୍ର ସରକାର ପରିବର୍ତ୍ତନ କରିଛନ୍ତି ।

ଏନେଇ ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସୂଚନା ଦେଇଛି। ବର୍ଦ୍ଧିତ ମଜୁରୀ ଅନୁସାରେ, ଶ୍ରମିକଙ୍କ ହାରାହାରି ଦୈନିକ ପାରିଶ୍ରମିକ ୨୮ ଟଙ୍କା ବୃଦ୍ଧି ହୋଇଥିବାବେଳେ ଓଡ଼ିଶାରେ ୧୭ ଟଙ୍କା ମଜୁରୀ ବଢ଼ିଛି। ଏବେ ଓଡିଶାରେ ମନରେଗା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକ ଦୈନିକ ପାରିଶ୍ରମିକ ୨୫୪ ଟଙ୍କା ପାଇବେ।

Show More

Related Articles

Back to top button