
ଜାଣନ୍ତୁ କାହାକୁ ମିଳିଲା ଟିକେଟ…….
ଭୁବନେଶ୍ୱର/୨୭/୦୩ – ବୁଧବାର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ଘୋଷଣାର କେଇ ଘଣ୍ଟା ପରେ ବିଜେଡି ତା’ର ଦ୍ୱିତୀୟ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପ୍ରଥମ ପର୍ଯ୍ୟାୟରେ ୯ ଲୋକସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ । ସନ୍ଧ୍ୟାରେ ଆହୁରି ୬ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ନବୀନ ।
ଯାଜପୁରରୁ ଶର୍ମିଷ୍ଠା ସେଠୀ, ଢେଙ୍କାନାଳରୁ ଅବିନାଶ ସାମଲ, ଜଗତସିଂହପୁରରୁ ରାଜଶ୍ରୀ ମଲ୍ଲିକଙ୍କୁ ପ୍ରାର୍ଥୀ ଦଳ ପ୍ରାର୍ଥୀ କରିଥିବା ବେଳେ, କଟକ ଲୋକସଭା ଆସନରୁ ସଂତୃପ୍ତ ମିଶ୍ର, ପୁରୀରୁ ଅରୂପ ପଟ୍ଟନାୟକ, ଓ କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କ ନାଁ ଘୋଷଣା କରିଛି ବିଜୁ ଜନତା ଦଳ।