କେନ୍ଦୁଝରଜିଲ୍ଲା

ବାଇକକୁ ଧକ୍କା ଦେଲା ଟ୍ରକ; ଆରୋହୀ ଗୁରୁତର, ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ ।

ପାଟଣା/୨୭/୦୩ – କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ବୁଧବାର ଅପରାହ୍ନରେ ଏକ ଟ୍ରକ ବ୍ୟାକ୍ କରୁଥିବା ସମୟରେ ଗୋଟିଏ ବାଇକକୁ ଧକ୍କା ଦେବା ଫଳରେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏନ ଏଚ ଆଇ ଆମ୍ବୁଲାନ୍ସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବାଇକ୍ ଆରୋହୀ ହେଲେ ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂଭୂମ ଥାନା ଭବାନୀନଗର କୋଦାଳି ଗ୍ରାମର ସୁବ୍ରତ ଧଳ । 

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ହମ୍ପସ ନିର୍ମାଣ ପାଇଁ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଁଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ତେବେ ଏଠାରେ ଆଇରନ ପରିବହନ ସଂସ୍ଥାର ଟୋକନ ପାଇଁ ରାଜପଥ ଉପରେ ଟ୍ରକ ଗୁଡିକ ବେଆଇନ ପାର୍କିଂ କରୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି ।

Show More

Related Articles

Back to top button