କେନ୍ଦୁଝରଜିଲ୍ଲା

ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡିଲା ବୋଲେରୋ,  ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ।

ପାଟଣା/୨୬/୦୩ – କେନ୍ଦୁଝର ଜିଲ୍ଲା ପାଟଣା ଥାନା ମଙ୍ଗଳପୁର-ଭୀମକୁଣ୍ଡ ରାସ୍ତାର ଏରେଣ୍ଡେଇ ନିକଟରେ ଭାରସାମ୍ୟ ହରାଇ ଏକ ବୋଲେରୋ ରାସ୍ତା କଡ଼କୁ ଓଲଟି ପଡିଛି।  ବୋଲେରୋଟି ପାଟଣାରୁ ଘାଟ ବାଲିଯୋଡିକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ, ବୋଲେରୋରେ ଯାଉଥିବା ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ,  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡ଼ିକୁ କୁ ଜବତ୍ କରି ତଦନ୍ତ କରୁଛି ।

Show More

Related Articles

Back to top button